25.7 C
Bhubaneswar
Saturday, July 25, 2026
Homeଦେଶ ବିଦେଶସମଗ୍ର ଦେଶକୁ ଅଭିନନ୍ଦନ: କେଜ୍ରିୱାଲ

ସମଗ୍ର ଦେଶକୁ ଅଭିନନ୍ଦନ: କେଜ୍ରିୱାଲ

ନୂଆଦିଲ୍ଲୀ :କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନ ଶନିବାର (୨୫ ଜୁଲାଇ ୨୦୨୬) ଇସ୍ତଫା ଦେବା ପରେ ବିରୋଧୀ ଦଳର ନେତାମାନେ ଏହାକୁ ଲୋକତନ୍ତ୍ର ଏବଂ ଯୁବଶକ୍ତିର ବିଜୟ ବୋଲି କହିଛନ୍ତି।ଆମ ଆଦମୀ ପାର୍ଟିର ନେତା ଅରବିନ୍ଦ କେଜ୍ରିୱାଲ ଲେଖିଛନ୍ତି, “ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ସମଗ୍ର ଦେଶକୁ ଅଭିନନ୍ଦନ। ଏହା ଲୋକତନ୍ତ୍ରର ବଡ଼ ବିଜୟ।” ଏକ ଭିଡିଓ ସନ୍ଦେଶରେ ସେ କହିଛନ୍ତି ଯେ, ଲୋକଙ୍କ ଦୀର୍ଘ ସଂଘର୍ଷ ସଫଳ ହୋଇଛି ଏବଂ ସରକାର ଶେଷରେ ନଇଁବାକୁ ବାଧ୍ୟ ହୋଇଛି। ସରକାର ବୁଝିବା ଉଚିତ ଯେ ଜନସାଧାରଣଙ୍କ କଥା ଶୁଣିବାକୁ ପଡ଼ିବ। ସେ ଆଶା ପ୍ରକାଶ କରିଛନ୍ତି ଯେ, ନିଟ୍  ପରୀକ୍ଷା ବ୍ୟବସ୍ଥାରେ ସୁଧାର ଅଣାଯିବ ଏବଂ ଛାତ୍ରଛାତ୍ରୀଙ୍କୁ ଆଉ ଆତ୍ମହତ୍ୟା କରିବାକୁ ପଡ଼ିବ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking