29.6 C
Bhubaneswar
Friday, July 10, 2026
Homeଓଡିଶାବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଚୌଦ୍ୱାର ମୁନିସିପାଲିଟିର ଅଧ୍ୟକ୍ଷା ଓ କାଉନସିଲର

ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଚୌଦ୍ୱାର ମୁନିସିପାଲିଟିର ଅଧ୍ୟକ୍ଷା ଓ କାଉନସିଲର

ଭୁବନେଶ୍ୱର: ଚୌଦ୍ୱାର ମୁନିସିପାଲିଟିର ଅଧ୍ୟକ୍ଷା ଶ୍ରୀମତୀ ମାନସୀ ସାମଲ ଓ ବିଜେଡିର କାଉନସିଲରମାନେ ଆଜି ନବୀନ ନିବାସରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଏହି ସାକ୍ଷାତ ସମୟରେ ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ଏକଜୁଟ ହୋଇ ଲୋକଙ୍କ ସେବା ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ମହାନ ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ସ୍ମୃତି ଚାରଣ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଚୌଦ୍ୱାର ସହ ବିଜୁ ବାବୁଙ୍କର ଆବେଗିକ ସମ୍ପର୍କ ରହିଥିଲା ଏବଂ ଚୌଦ୍ୱାର ବିକାଶରେ ବିଜୁ ବାବୁଙ୍କର ବିଶେଷ ଅବଦାନ ଥିଲା । ତେଣୁ ଚୌଦ୍ୱାରର ସ୍ୱାଭିମାନ ଓ ବିକାଶ ପାଇଁ ଉଦ୍ୟମ ଜାରି ରଖିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ । ଆଲୋଚନାରେ ଯୋଗ ଦେଇଥିବା କାଉନସିଲରମାନେ ଚୌଦ୍ୱାରର ବିକାଶ କାମରେ ଆସୁଥିବା ବାଧା ସମ୍ପର୍କରେ ଶ୍ରୀ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଆଲୋଚନା ସମୟରେ ବିଜୁ ଜନତା ଦଳର ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ସାଂସଦ ଶ୍ରୀ ସଂତୃପ୍ତ ମିଶ୍ର ଓ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking