27.9 C
Bhubaneswar
Thursday, July 9, 2026
Homeଦେଶ ବିଦେଶତିରୁପତିର ଏକ ବିବାହ ମଣ୍ଡପରେ ରକ୍ତପାତ: ୨ ମୃତ

ତିରୁପତିର ଏକ ବିବାହ ମଣ୍ଡପରେ ରକ୍ତପାତ: ୨ ମୃତ

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ତିରୁପତି ଏକ ବିବାହ ମଣ୍ଡପରେ ରକ୍ତପାତ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏକ ବିବାହ ଉତ୍ସବବେଳେ ବୁଧବାର ରାତିରେ ଲକ୍ଷ୍ମୀପୁରମ ସର୍କଲ ନିକଟସ୍ଥ ଶ୍ରୀ ପଦ୍ମାବତୀ କଲ୍ୟାଣ ମଣ୍ଡପମ ବାହାରେ ଦୁଇ ଜଣଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିଲା। ମୃତକମାନେ ହେଉଛନ୍ତି ୫୦ ବର୍ଷୀୟ ମୁନିରଥନମ୍ ଓ ୪୨ ବର୍ଷୀୟ ମଣିକଣ୍ଠ। ତିରୁମାଲା ତିରୁପତି ଦେବସ୍ଥାନମ ଦ୍ୱାରା ପରିଚାଳିତ ପଦ୍ମାବତୀ କଲ୍ୟାଣ ମଣ୍ଡପମ୍ ବାହାରେ ବିବାହ ଉତ୍ସବ ଚାଲିଥିବା ସମୟରେ ସେମାନଙ୍କୁ ଛୁରିରେ ଆକ୍ରମଣ କରାଯାଇଥିଲା। ମୁନିରଥନମ୍‌ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଗୁରୁତର ଆହତ ମଣିକଣ୍ଠଙ୍କୁ ସରକାରୀ ହସ୍ପିଟାଲକୁ ନିଆଯିବା ସମୟରେ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ବିବାହ କାର୍ୟ୍ୟକ୍ରମ ସ୍ଥଳରେ ଆତଙ୍କ ଖେଳି ଯାଇଥିଲା। ପୁଲିସ ସୂତ୍ର ଅନୁଯାୟୀ, ସମ୍ପୂର୍ଣ୍ଣମ୍ମା ନାମକ ଜଣେ ମହିଳାଙ୍କ ଝିଅ ସୁନିଲ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ସୁନିଲ ଗତ କିଛି ମାସ ଧରି ତାଙ୍କ ଝିଅଠାରୁ ଅଲଗା ରହୁଥିଲେ। ସୁନୀଲ ସେହି ସ୍ଥାନରେ ଏକ ବିବାହ ଉତ୍ସବରେ ଯୋଗ ଦେବେ ବୋଲି ସମ୍ପୂର୍ଣ୍ଣମ୍ମା ଜାଣିବା ପରେ ମୁନିରଥନମ୍‌ ଓ ମନିକଣ୍ଠଙ୍କୁ ଜଣାଇଥି‌ଲେ। ପରେ ସୁନିଲଙ୍କ ସହିତ ସେମାନଙ୍କର ବଚସା ହୋଇଥିଲା। ସୁନିଲ ଓ ତା’ର ସମ୍ପର୍କୀୟମାନେ ମୁନିରଥନମ୍‌ ଓ ମଣିକଣ୍ଠଙ୍କୁ ଛୁରିରେ ଆକ୍ରମଣ କରି ସେଠାରୁ ଫେରାର୍‌ ହୋଇଯାଇଥିଲେ। ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ପୁଲିସ କହିଛି ଯେ, ଅଭିଯୁକ୍ତମାନେ ତିରୁପତି ଛାଡିବା ପୂର୍ବରୁ ସେମାନଙ୍କୁ ଅଟକାଇ ହେପାଜତକୁ ନିଆଯାଇଥିଲା। ଡବଲ୍ ମର୍ଡର ସମ୍ପର୍କରେ ସେମାନଙ୍କୁ ପଚରାଉଚରା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking