30.1 C
Bhubaneswar
Thursday, July 2, 2026
Homeଓଡିଶାଆଗୁଆ ଜାମିନ ଆବେଦନ କଲେ ନିଲମ୍ବନ IIC ସନ୍ଧ୍ୟାରାଣୀ

ଆଗୁଆ ଜାମିନ ଆବେଦନ କଲେ ନିଲମ୍ବନ IIC ସନ୍ଧ୍ୟାରାଣୀ

ରାଜନଗର: କେନ୍ଦ୍ରାପଡା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନାର ପୂର୍ବତନ ନିଲମ୍ବିତ ଆଇଆଇସି ସନ୍ଧ୍ୟାରାଣୀ ଜେନା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ମେ’ ୨୫ ତାରିଖ ଦିନ ଥାନା ଭିତରେ ମାଆ-ପୁଅଙ୍କୁ ଥାର୍ଡ ଡିଗ୍ରୀ ପ୍ରୟୋଗ କରି ଲହୁଲୁହାଣ କରିବା ଘଟଣାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ଆଜି ଯାଏଁ ତାଙ୍କୁ ଗିରଫ କରାଯାଇନି ।ତାଳଚୁଆ ସାମୁଦ୍ରିକ ଥାନାରେ ସନ୍ଧ୍ୟାରାଣୀ ଜେନାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା । ୨୯୬, ୭୪, ୧୧୫, ୩୫୧, ୩୦୮ ପ୍ରଭୁତି ସଙ୍ଗୀନ ବିଏନଏସ ଦଫାରେ ମାମଲା ରୁଜୁ ହୋଇଥିଲା । ଗିରଫ ଆଶଙ୍କା କରି ନିଲମ୍ବିତ ଆଇଆଇସି ସନ୍ଧ୍ୟାରାଣୀ ଜେନା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ।

ଚଳିତ ମାସ ୨୯ ତାରିଖ ଦିନ ହାଇକୋର୍ଟରେ ତାଳଚୁଆ ସାମୁଦ୍ରିକ ଥାନାର କେସ୍ ନମ୍ବର ୧୨୪/୨୦୨୬ରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିବା ଜଣାପଡିଛି । ନିଲମ୍ବିତ ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ପୋଲିସ ଗିରଫ କରୁନଥିବା ବେଳେ ଆଗୁଆ ଜାମିନ ପାଇଁ ଆବେଦନ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ବାରମ୍ବାର ପୋଲିସ ଶୃଙ୍ଖଳା ଭାଙ୍ଗୁଥିବା ଓ ୬ ବର୍ଷ ଭିତରେ ତିନି ତିନି ଥର ନିଲମ୍ବନ ହୋଇଥିବା ପୋଲିସ ଅଧିକାରିଣୀଙ୍କୁ କାହିଁକି ସୁରକ୍ଷା ଦିଆଯାଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking