32.4 C
Bhubaneswar
Wednesday, July 1, 2026
Homeଓଡିଶାପୁରୀ ରଥଯାତ୍ରା-୨୦୨୬ ପାଇଁ ୨୩ ଓଏଏସ୍ ଅଧିକାରୀଙ୍କୁ ଏକ୍ସିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ନିଯୁକ୍ତି

ପୁରୀ ରଥଯାତ୍ରା-୨୦୨୬ ପାଇଁ ୨୩ ଓଏଏସ୍ ଅଧିକାରୀଙ୍କୁ ଏକ୍ସିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ନିଯୁକ୍ତି

ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା-୨୦୨୬ର ସୁପରିଚାଳନା, ଆଇନଶୃଙ୍ଖଳା ବଜାୟ ରଖିବା ଏବଂ ଭକ୍ତମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୩ ଜଣ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀଙ୍କୁ ପୁରୀ ଜିଲ୍ଲାରେ ଏକ୍ସିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଭାବେ ନିଯୁକ୍ତ କରିଛନ୍ତି । ଏ ନେଇ ସାଧାରଣ ପ୍ରଶାସନ ଓ  ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ଅନୁଯାୟୀ, ରଥଯାତ୍ରା ପରିଚାଳନା ପାଇଁ ପୂର୍ବରୁ ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି (ଓଏସ୍ଡି) ଭାବେ ପୁରୀରେ ନିୟୋଜିତ ହୋଇଥିବା ଏହି ୨୩ ଜଣ ଅଧିକାରୀଙ୍କୁ ୨୦୨୩ର ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା-୧୪(୧) ଅନୁଯାୟୀ ଏକ୍ସିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ କ୍ଷମତା ପ୍ରଦାନ କରାଯାଇଛି ।

ସେମାନେ ୩୦ ଜୁନ୍ ଠାରୁ ୨୭ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ପୁରୀ ଜିଲ୍ଲା ସୀମା ମଧ୍ୟରେ ଏହି ଦାୟିତ୍ୱ ତୁଲାଇବେ । ନିଯୁକ୍ତ ଅଧିକାରୀମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଗୃହ ଓ ନଗର ଉନ୍ନୟନ, ପୂର୍ତ୍ତ, ବାଣିଜ୍ୟ ଓ ପରିବହନ, ପର୍ଯ୍ୟଟନ, ମିଶନ ଶକ୍ତି, କ୍ରୀଡ଼ା ଓ ଯୁବ ବ୍ୟାପାର, ଆବକାରୀ ବିଭାଗ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଓଏଏସ୍ ଅଧିକାରୀ ରହିଛନ୍ତି । ଏଥିସହ ଭୁବନେଶ୍ୱର ମହାନଗର ନିଗମ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, ଆଇଡିକୋ, ଜିଲ୍ଲା ପରିଷଦ ଓ ଅନ୍ୟାନ୍ୟ ସଂସ୍ଥାର ଅଧିକାରୀମାନଙ୍କୁ ମଧ୍ୟ ଏହି ଦାୟିତ୍ୱ ଦିଆଯାଇଛି । ରଥଯାତ୍ରା ସମୟରେ ଭକ୍ତଙ୍କ ବିପୁଳ ସମାଗମକୁ ଦୃଷ୍ଟିରେ ରଖି ଭିଡ଼ ନିୟନ୍ତ୍ରଣ, ଆଇନଶୃଙ୍ଖଳା ପରିଚାଳନା, ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ସମନ୍ୱୟ ଏବଂ ଜରୁରୀ ପରିସ୍ଥିତିର ତ୍ୱରିତ ମୁକାବିଲା ପାଇଁ ଏହି ଅଧିକାରୀମାନେ ଏକ୍ସିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଭାବେ କାର୍ଯ୍ୟ କରିବେ । ଏହି ନିଯୁକ୍ତି ମାଧ୍ୟମରେ ରଥଯାତ୍ରାର ସୁରକ୍ଷା ଓ ପ୍ରଶାସନିକ ପରିଚାଳନାକୁ ଅଧିକ ସୁଦୃଢ଼ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking