ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୁରପଷୋତ୍ତମପୁର ଥାନା ଅଧୀନ ତାରାତାରିଣୀ ପୀଠ ନିକଟ ଲକ୍ଷ୍ମୀପ୍ରିୟା ହୋଟେଲ ତଳୁ ଆଜି ଜଣେ ଯୁବକଙ୍କ ଶବ ଠାବ ହୋଇଛି । ମୃତକ ଜଣକ ହେଲେ ପୁରୀର ମନୋଜ ସ୍ୱାଇଁ । ମନୋଜ ଓ ତାଙ୍କର ଅନ୍ୟ ଦୁଇ ସହଯୋଗୀ ତାରାତାରୀଣୀ ପୀଠର ରୋପୱେ କାର୍ଯ୍ୟରେ ନିୟୋଜିତ ଥିଲେ । ସେମାନେ ଏହି ହୋଟେଲର ତୃତୀୟ ମହଲାରେ ରହୁଥିଲେ । ଆଜି ସକାଳେ ମନୋଜଙ୍କ ଶବ ହୋଟେଲ ତଳୁ ମିଳିଥିଲା । ଛାତରୁ ଖସି ନା ଅନ୍ୟ କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟିଛି ଏନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ । ପୁଲିସ ପହଞ୍ଚି ଶବକୁ ଜବତ କରିଥିବା ବେଳେ ମୃତକଙ୍କ ପରିବାରକୁ ଅବଗତ କରାଯାଇଛି ।










