28 C
Bhubaneswar
Tuesday, June 30, 2026
Homeଓଡିଶାପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଛାତ୍ରୋଂ କି ଗୁଞ୍ଜ କାର୍ଯ୍ୟକ୍ରମର ପ୍ରଶିକ୍ଷଣ ଶିବିର

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଛାତ୍ରୋଂ କି ଗୁଞ୍ଜ କାର୍ଯ୍ୟକ୍ରମର ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମର ଓଡ଼ିଶା ସହ ପ୍ରଭାରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଶ୍ରୀ ଦାସ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କହିଥିଲେ ଯେ, ରାହୁଲ ଗାନ୍ଧୀଙ୍କ ଆହ୍ୱାନ କ୍ରମେ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ପାଇଁ ଏହି ପ୍ରଶିକ୍ଷଣ ଶିବିରରେ ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ବହୁ କଷ୍ଟରେ ଛାତ୍ରଛାତ୍ରୀମାନେ ପାଠ ପଢ଼ିଛନ୍ତି । ରାହୁଲ ଗାନ୍ଧୀ ହେଉଛନ୍ତି ସାରା ଦେଶ ଏବଂ ଓଡ଼ିଶା ବାସୀଙ୍କ ଛାତ୍ରଛାତ୍ରୀମାନଙ୍କର ସ୍ୱର । ଏହା ଏକ ଆନ୍ଦୋଳନ ନୁହଁ ଏହା ହେଉଛଛି ଏକ ପରିବର୍ତ୍ତନ । ନିଟ୍ ପରୀକ୍ଷା ଠାରୁ ଆରମ୍ଭ କରି ସିବିଏସ୍‌ଇ ପର୍ଯ୍ୟନ୍ତ ଯେଉଁ ଭାଇଁଭଉଣୀ ସାରା ଭାରତ ବର୍ଷରେ ଶିକ୍ଷା ଦୁର୍ନୀତି ଚାଲିଛି ଏହା ଚିନ୍ତାଜନକ ବିଷୟ । ଜନନାୟକ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶରେ ଏବଂ ଶ୍ରୀ ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ସରକାରୀ ଏବଂ ବେସରକାରୀ କଲେଜରେ ଭୁବନେଶ୍ୱରଠାରେ ଆଗାମୀ ୪୦ ଦିନ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କ ସାମ୍ନାରେ ଏକ ପ୍ରତିବାଦକ କାର୍ଯ୍ୟକ୍ରମ ସହ ଛାତ୍ରଛାତ୍ରୀମାନଙ୍କୁ ଛାତ୍ରୋଂ କି ଗୁଞ୍ଜ କାର୍ଯ୍ୟକ୍ରମ ବିଷୟରେ ଅବଗତ କରିବା ସହିତ ସେମାନଙ୍କର ଅଧିକାରକୁ କିପରି ଭାବେ ପାଇପାରିବେ ତାହା ଉପରେ ଆଲୋକପାତ କରିବା ପାଇଁ ଶ୍ରୀ ପାଢ଼ୀ ତାଙ୍କ ମନ୍ତବ୍ୟରେ କହିଲେ ଯେ ରାହୁଲ ଗାନ୍ଧୀଙ୍କ କାର୍ଯକ୍ରମକୁ ସୂଚାରୁ ରୂପେ ତୁଲାଇବା ପାଇଁ ଯୁବ କଂଗ୍ରେସ ଛାତ୍ର କଂଗ୍ରେସ ଏବଂ ସମସ୍ତ ସଂଗଠନ ମୁଖ୍ୟମାନଙ୍କୁ ମୁଁ ଅନୁରୋଧ କରୁଛି । ଏହି କାର୍ଯ୍ୟକ୍ରମ ରାହୁଲ ଗାନ୍ଧୀଙ୍କର ଯେଉଁମାନେ ସଚ୍ଚା ସପାହୀ ହୋଇଥିବେ ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମାପନ କରିବେ । ଆଜିର ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ୟାସିର ନୱାଜ, ସୋସିଆଲ ମିଡ଼ିଆ ସହଅଧ୍ୟକ୍ଷ ସନ୍ତୋଷ ପ୍ରଧାନଙ୍କ ସମେତ ଅନେକ ଯୁବ କଂଗ୍ରେସ ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ ଏବଂ ସମସ୍ତ ପ୍ରମୁଖ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking