ଚେନ୍ନାଇ: ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୧୧ କୁ ବୃଦ୍ଧି ପାଇଛି । ପୂର୍ବରୁ ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଓରିଆବିରିଦା ପଞ୍ଚାୟତ ପିଟାନାଳୀ ଗାଁର ନୀଳମଣି ଜୁଆଙ୍ଗଙ୍କ ଝିଅ ସୁମିତ୍ରା ଜୁଆଙ୍ଗଙ୍କ ମୃତ୍ୟୁ ହୋଇଛି । ଚେନ୍ନାଇ ସ୍ଥିତ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ଘଟିଛି ।ଏନେଇ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଝିଅର ମୃତ୍ୟୁ ଖବର ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୁମିତ୍ରା ଗତ ୨୦୨୫ ମସିହାରେ ମାଟ୍ରିକ ପାସ କରିଥିଲେ । ଉଚ୍ଚଶିକ୍ଷା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିବାରୁ କଲେଜରେ ନାମ ଲେଖାଇ ପାରିନଥିଲେ। ଶ୍ରୀକାନ୍ତ ଜୁଆଙ୍ଗ ନାମକ ଜଣେ ଶ୍ରମିକ ଦଲାଲ ସୁମିତ୍ରାକୁ ତାମିଲନାଡୁ ନେଇଯାଇଥିଲେ। ଝିଅ ଟଙ୍କା ରୋଜଗାର କରି କଲେଜ ପଢିବାର ଆଶା ରଖିଥିଲେ। ହେଲେ ସବୁ ଆଶା ଆଶାରେ ରହିଯାଇଛି ।










