ଭୁବନେଶ୍ବର: ନିଜ ନାବାଳିକା ଝିଅକୁ ବାରମ୍ବାର କରୁଥିଲା ଦୁଷ୍କର୍ମ । ଏନେଇ ୨୦୨୪ ମସିହାରେ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତୁରନ୍ତ ସଇତାନ ବାପାକୁ ଗିରଡ଼ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାର ଶୁଣାଣି କରି ପୋକ୍ସୋ କୋର୍ଟ ୨୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ସମ୍ପୂର୍ଣ୍ଣ ସୂଚନା ମୁତାବକ ସୁକିନ୍ଦା ଥାନା ଅଞ୍ଚଳରେ ଜଣେ ବାପା ନିଜର ୧୨ ବର୍ଷର ନାବାଳିକା ଝିଅକୁ ବିଭିନ୍ନ ବାହାନାରେ ଦୁଷ୍କର୍ମ କରୁଥିଲା । ଶେଷରେ ଅସହ୍ୟ ହୋଇ ନାବାଳିକା ଜଣଙ୍କ ସଖୀ ସେଣ୍ଟର ଯାଇ ନିଜର ଦୁଃଖ ଜଣାଇଥିଲା । ଏହାପରେ ସଖୀ ସଂଗଠନ ତରଫରୁ ସୁକିନ୍ଦା ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ବାପକୁ ପୋକ୍ସୋ ଆଇନ ଆଧାରରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । କୋର୍ଟ ଆଜି ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ବାପକୁ ୨୦ ବର୍ଷ ଜେଲଦଣ୍ଡ ସହ ୫୫ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି । ଏହାସହ ଜରିମାନା ଅନାଦେୟ ହେଲେ ୧୫ ମାସ ଅଧିକ ଜେଲଦଣ୍ଡ ସହ ପିଡ଼ିତାଙ୍କୁ ୧୦ ଲକ୍ଷ ୫୦ ହଜାର ଟଙ୍କାର କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରୀ ଓକିଲ ଶ୍ରୀନିବାସ ସାହୁ ପରିଚାଳନା କରିଥିବା ବେଳେ ରାୟ ଶୁଣାଇଥିଲେ ବିଚାରପତି ଜଷ୍ଟିସ ଅଭିଳାସ ସେନାପତି ।










