27.8 C
Bhubaneswar
Friday, June 12, 2026
Homeଓଡିଶାସ୍ୱତନ୍ତ୍ର ସଘନ ସଂଶୋଧନର ୧୪ ଦିନ: ଓଡ଼ିଶାରେ ୯୭.୬୩ ପ୍ରତିଶତ ଫର୍ମ ବଣ୍ଟନ ଶେଷ, ୫୮...

ସ୍ୱତନ୍ତ୍ର ସଘନ ସଂଶୋଧନର ୧୪ ଦିନ: ଓଡ଼ିଶାରେ ୯୭.୬୩ ପ୍ରତିଶତ ଫର୍ମ ବଣ୍ଟନ ଶେଷ, ୫୮ ଲକ୍ଷରୁ ଅଧିକ ଭୋଟରଙ୍କ ତଥ୍ୟ ଡିଜିଟାଇଜ୍‌ଡ

​ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ  ପ୍ରକ୍ରିୟା ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛି। ମାତ୍ର ୧୪ ଦିନ ମଧ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ ସଂଖ୍ୟାର ୯୭.୬୩ ପ୍ରତିଶତ ଫର୍ମ ବଣ୍ଟନ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି। ​ଏହି ବ୍ୟାପକ ସଂଶୋଧନ ଅଭିଯାନ ସମୟରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ସର୍ବମୋଟ ୩ କୋଟି ୨୬ ଲକ୍ଷ ୮ ହଜାର ୨୬୨ ଜଣ ଭୋଟରଙ୍କୁ ସଂଶୋଧନ ସମ୍ବନ୍ଧୀୟ ଫର୍ମ ବଣ୍ଟନ କରାଯାଇ ସାରିଛି। ଭୋଟରମାନେ ଚାହିଁଲେ ନିର୍ବାଚନ କମିଶନଙ୍କ ସରକାରୀ ୱେବସାଇଟ୍ (voters.eci.gov.in) ରେ ଏହି ଫର୍ମ ଡାଉନଲୋଡ୍ କରିପାରିବେ ଏବଂ ତଥ୍ୟ ପୂରଣ ପରେ ନିଜେ ଅପଲୋଡ ମଧ୍ଯ କରିପାରିବେ। ଘରକୁ ଘର ପରିଗଣନା ସମୟରେ, ପ୍ରତ୍ୟେକ ଭୋଟରଙ୍କୁ ବିଏଲଓଙ୍କ ଜରିଆରେ ଦୁଇଟି ଲେଖାଏଁ ପୂର୍ବମୁଦ୍ରିତ ପରିଗଣନା ଫର୍ମ (ସଂଲଗ୍ନ-III) ଯୋଗାଇ ଦିଆଯାଉଛି । ପରିଗଣନା ପୂରଣ ଫର୍ମର ଗୋଟିଏ ନକଲ ବିଏଲଓ ସଂଗ୍ରହ କରୁଛନ୍ତି ଏବଂ ଦ୍ଵିତୀୟ ନକଲରେ ନିଜ ଦସ୍ତଖତ କରି ଭୋଟରଙ୍କୁ ରସିଦ ବା ସ୍ବୀକୃତି ପତ୍ର ଭାବେ ଫେରସ୍ତ କରାଯାଉଛି,ଯାହାକୁ ଭୋଟର ଭବିଷ୍ୟତ ପାଇଁ ସାଇତି ରଖିବେ । ​ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ,  ଓ ତ୍ରୁଟିଶୂନ୍ୟ କରିବା ପାଇଁ ଆଧୁନିକ ପ୍ରଦ୍ୟୋଗିକୀର ବ୍ୟବହାର କରାଯାଉଛି। ଏହି କ୍ରମରେ ପ୍ରାପ୍ତ ହୋଇଥିବା ଆବେଦନଗୁଡ଼ିକ ମଧ୍ୟରୁ ଏପର୍ଯ୍ୟନ୍ତ ୫୮ ଲକ୍ଷ ୭୦ ହଜାର ୧୯୧ ଜଣ ଭୋଟରଙ୍କ ସମ୍ପୂର୍ଣ୍ଣ ବିବରଣୀକୁ ସଫଳତାର ସହ ଡିଜିଟାଇଜ୍‌ଡ କରାଯାଇସାରିଛି। ଏହି ଡିଜିଟାଇଜେସନ୍ ପ୍ରକ୍ରିୟା ଆଗାମୀ ଦିନରେ ନିର୍ବାଚନ ପରିଚାଳନାକୁ ଆହୁରି ସୁଗମ ଓ ସୁଦୃଢ଼ କରିବ। କୌଣସି ଯୋଗ୍ୟ ମତଦାତା ଯେପରି ଏହି ପ୍ରକ୍ରିୟାରୁ ବାଦ୍ ନପଡ଼ନ୍ତି, ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking