31.2 C
Bhubaneswar
Thursday, June 4, 2026
Homeଓଡିଶାଭାରତରେ ଲିଭରପୁଲ୍ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ପ୍ରତିଷ୍ଠା ନେଇ ମଞ୍ଜୁରୀ ପତ୍ର ପ୍ରଦାନ

ଭାରତରେ ଲିଭରପୁଲ୍ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ପ୍ରତିଷ୍ଠା ନେଇ ମଞ୍ଜୁରୀ ପତ୍ର ପ୍ରଦାନ

ନୂଆଦିଲ୍ଲୀ: ବେଙ୍ଗାଲୁରୁ ଠାରେ ପ୍ରତିଷ୍ଠିତ ଲିଭରପୁଲ୍ ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ ପାଇଁ ଆନୁଷ୍ଠାନିକ ଭାବେ ମଞ୍ଜୁରୀ ପତ୍ର (ଲେଟର୍ ଅଫ୍ ଆପ୍ରୁଭାଲ) ପ୍ରଦାନ କରାଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍. ଜୟଶଙ୍କର ଏବଂ ୟୁକେର ବୈଦେଶିକ ସଚିବ ଇଭେଟ୍ କୁପରଙ୍କ ଗରିମାମୟ ଉପସ୍ଥିତିରେ ଏହି ପତ୍ର ହସ୍ତାନ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଗୌରବମୟ ମୁହୂର୍ତ୍ତକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ଆନନ୍ଦ ପ୍ରକାଶ କରିବା ସହ କହିଛନ୍ତି ଯେ, ଏହା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଜାତୀୟ ଶିକ୍ଷା ନୀତିର ସଫଳ ରୂପାୟନ ତଥା ଭାରତକୁ ଏକ ବୈଶ୍ୱିକ ଜ୍ଞାନ, ନବୋନ୍ମେଷ ଓ ଗବେଷଣାର କେନ୍ଦ୍ର ଭାବେ ଗଢ଼ିତୋଳିବା ଦିଗରେ ଏକ ଐତିହାସିକ ପଦକ୍ଷେପ । ବିଶ୍ୱର ଏହିଭଳି ଅଗ୍ରଣୀ ବିଶ୍ୱବିଦ୍ୟାଳୟଗୁଡ଼ିକର ଭାରତ ଆଗମନ ଦ୍ୱାରା ଆମ ଯୁବପିଢ଼ିଙ୍କ ପାଇଁ ଶିକ୍ଷାର ସୁଯୋଗ ବ୍ୟାପକ ହେବା ସହ ଭାରତ-ୟୁ.କେ ମଧ୍ୟରେ ଥିବା ବ୍ୟାପକ ରଣନୀତିକ ସହଭାଗିତା ଆହୁରି ସୁଦୃଢ଼ ହେବ । ବିଶ୍ୱର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟଗୁଡ଼ିକ ଭାରତରେ କ୍ୟାମ୍ପସ ପ୍ରତିଷ୍ଠା କରିବା ଫଳରେ ଦେଶର ଶିକ୍ଷାଗତ ବାତାବରଣ ସମୃଦ୍ଧ ହେବ । ଭାରତୀୟ ଛାତ୍ରଛାତ୍ରୀମାନେ ନିଜ ଦେଶରେ ରହି ବିଶ୍ୱସ୍ତରୀୟ ଶିକ୍ଷା, ଅତ୍ୟାଧୁନିକ ଗବେଷଣା ଏବଂ ନବୋନ୍ମେଷର ସୁଯୋଗ ପାଇପାରିବେ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଲିଭରପୁଲ୍ ବିଶ୍ୱବିଦ୍ୟାଳୟକୁ ଶୁଭେଚ୍ଛା ଜଣାଇବା ସହ ବେଙ୍ଗାଲୁରୁ କ୍ୟାମ୍ପସର ପ୍ରଥମ ଛାତ୍ରଛାତ୍ରୀ ଦଳଙ୍କୁ ଭାରତରେ ସ୍ୱାଗତ କରିବା ପାଇଁ ସେ ଉତ୍ସାହିତ ଅଛନ୍ତି ବୋଲି ଆଶା ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking