40.6 C
Bhubaneswar
Wednesday, June 3, 2026
Homeଦେଶ ବିଦେଶନିଟ୍ ବିବାଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

ନିଟ୍ ବିବାଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦକୁ କେନ୍ଦ୍ର କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି । ଆସନ୍ତା ୬ ତାରିଖରେ ନୂଆଦିଲ୍ଲୀର ଜନ୍ତରମନ୍ତରଠାରେ ଏକ ବଡ଼ ଧରଣର ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯିବ । ସୋସିଆଲ ମିଡିଆ ସେନସେସନ କକରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆମେରିକାରୁ ଭାରତ ଫେରିବା ପରେ ଏହି ଆନ୍ଦୋଳନର ନେତୃତ୍ୱ ନେବେ । ଅଭିଜିତ କହିଛନ୍ତି ଯେ, ସେ ଦେଶର ଜନସାଧାରଣ ଓ ବିଶେଷ କରି ଯୁବପିଢ଼ିଙ୍କ ସମର୍ଥନ ଉପରେ ସମ୍ପୂର୍ଣ୍ଣ ଭରସା ରଖିଛନ୍ତି । ନୀଟ୍ ପେପର ଲିକ୍, ସିୟୁଇଟି ଏବଂ ସିବିଏସଇ ପରୀକ୍ଷା ପରିଚାଳନାରେ ହୋଇଥିବା ବିଭ୍ରାଟ ଯୋଗୁଁ ଯୁବ ସମାଜ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।ଏହି ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ପ୍ରସିଦ୍ଧ ଜଳବାୟୁ ସଂଗ୍ରାମୀ ତଥା ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକ ମଧ୍ୟ ଜୁନ୍ ୬ରେ ଦିଲ୍ଲୀରେ ପହଞ୍ଚି ଅଭିଜିତଙ୍କ ସହ ଏହି ପ୍ରତିବାଦରେ ସାମିଲ ହେବେ ବୋଲି ସ୍ପଷ୍ଟ କରିଛନ୍ତି । ଅଭିଜିତ ଦୀପକେ କହିଛନ୍ତି, ଯଦି ପୋଲିସ ତାଙ୍କୁ ଗିରଫ କରେ, ତେବେ ସେଥିପାଇଁ ମଧ୍ୟ ସେ ନିଜକୁ ପ୍ରସ୍ତୁତ ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking