39.6 C
Bhubaneswar
Wednesday, June 3, 2026
Homeଓଡିଶାହାତୀ ଆକ୍ରମଣରେ ଚାଲିଗଲା ଜୀବନ

ହାତୀ ଆକ୍ରମଣରେ ଚାଲିଗଲା ଜୀବନ

ଯୁଯୁମୁରା: ଯୁଯୁମୁରା ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁଁ ପୁଣି ଏକ ଦୁଃଖଦ ଘଟଣା ଘଟିଛି। ସଦର ରେଞ୍ଜ ଅନ୍ତର୍ଗତ ବସିଆପଡ଼ା ସେକ୍ସନର କୁମେର ବିଟ ଅଧୀନ କୁମେର ଗାଁର ଲବ ଭୋଇ (୩୮) ଆଜି ସକାଳେ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି।ସୂଚନା ଅନୁସାରେ, ଲବ ଭୋଇ ସକାଳ ପ୍ରାୟ ୫.୩୦ଟା ସମୟରେ ଘର ନିକଟସ୍ଥ ଏକ ପୋଖରୀକୁ ଶୌଚ କରିବା ପାଇଁ ଯାଇଥିଲେ। ସେହି ସମୟରେ ସେ ଏକ ବଣୁଆ ହାତୀର ସାମ୍ନାରେ ପଡ଼ିଯାଇଥିଲେ। ହାତୀଟି ତାଙ୍କୁ ଶୁଣ୍ଡରେ ଟେକି ଜୋରରେ କଚାଡ଼ି ଦେଇଥିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗର କର୍ମଚାରୀ ଓ ଯୁଯୁମୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking