ନୂଆଦିଲ୍ଲୀ: ପୁଣି ଘନେଇଲା ମଧ୍ୟପ୍ରାଚ୍ୟରେ ଯୁଦ୍ଧ । ତିନି ଦେଶରେ ଥିବା ଆମେରିକା ଏୟାରବେଶ ଉପରେ ଇରାନର ଘନଘନ ଆକ୍ରମଣ । ମିସାଇଲ ମାଡ ଓ ଡ୍ରୋନ ଆକ୍ରମଣରେ ଥରହର ହେଲା ଆମେରିକା ଏୟାବେସ । କୁଏତ, ଇରାକ ଓ ବାହାରିନରେ ଥିବା ଆମେରିକା ସୈନ୍ୟ ଆଡ୍ଡାକୁ ଟାର୍ଗେଟ କରି ମିସାଇଲ ଓ ଡ୍ରୋନରେ ଆକ୍ରମଣ କରିଛି ଇରାନ ସେନା । ଆକ୍ରମଣ ପରେ କୁଏତ ସେନା ପକ୍ଷରୁ ବୟାନ ଜାରି ହୋଇଛି। କୁଏତ୍ ସେନା ଏକ ବିବୃତି ଜାରି କରାଯାଇଛି । ଯେଉଁଥିରେ କୁହାଯାଇଛି, ଶତ୍ରୁର କ୍ଷେପଣାସ୍ତ୍ର ଓ ଡ୍ରୋନକୁ ପ୍ରତିହତ କରିବାକୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେନା ପକ୍ଷରୁ କୁହାଯାଇଛି, ବିସ୍ଫୋରଣର କାରଣ ହେଉଛି ଏକ ଇଣ୍ଟରସେପ୍ଟର ଅପରେସନ୍ । ସେପଟେ ଆମେରିକାର ସେଣ୍ଟ୍ରାଲ କମାଣ୍ଡୋ ଇରାନର ଦାବିକୁ ଖଣ୍ଡନ କରିଛି ।










