36.1 C
Bhubaneswar
Thursday, May 28, 2026
Homeଓଡିଶାନିଟ୍ ସ୍କାମ୍ ପ୍ରତିବାଦରେ ଛାତ୍ର କଂଗ୍ରେସର ମଶାଲ୍‌ ରାଲି

ନିଟ୍ ସ୍କାମ୍ ପ୍ରତିବାଦରେ ଛାତ୍ର କଂଗ୍ରେସର ମଶାଲ୍‌ ରାଲି

ଭୁବନେଶ୍ୱର: ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନିଟ୍ ସ୍କାମ୍ ପ୍ରତିବାଦରେ ଏକ ବିଶାଳ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ଅପରାହ୍ଣରେ ଛାତ୍ର କଂଗ୍ରେସ ପକ୍ଷରୁ ଏକ ଶୋଭାଯାତ୍ରା କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ବିଜେପି ରାଜ୍ୟ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲା। ବନଦୁର୍ଗା ମନ୍ଦିରଠାରେ ପୁଲିସ ସେମାନଙ୍କୁ ବ୍ୟାରିକେଡ୍‌ କରି ଅଟକାଇଥିଲା। ଫଳରେ ପୁଲିସ ଓ ଛାତ୍ର କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା। ପରେ ସେଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।ଏହି ଅବସରରେ ପ୍ରଦେଶ ଛାତ୍ର କଂଗ୍ରେସ ନେତା ବିଭୂତି ମହାପାତ୍ର କହିଛନ୍ତି ଯେ ଗତ ୫ରୁ ୭ ବର୍ଷ ଭିତରେ ୧ ଲକ୍ଷ ଚାକିରି ପାଇଁ ୪୧ଟି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ହୋଇଛି। ଯେଉଁଥିରେ ୧ କୋଟି ୪୦ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି। ନିଟ୍‌-ୟୁଜି ପରୀକ୍ଷାକୁ ଯେଉଁ ଖାମ୍‌ଖିଆଲି ଭାବରେ ପରିଚାଳନ କରାଯାଇଛି ତାହା ଏ ଦେଶର ଛାତ୍ର ସମାଜକୁ ବ୍ୟଥିତ କରିଛି। ଏଣୁ ଏନ୍‌ଟିଏକୁ ସ୍ୱତନ୍ତ୍ର ଭାବେ ଉଚ୍ଛେଦ କରାଯାଉ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking