25.1 C
Bhubaneswar
Wednesday, May 27, 2026
Homeଓଡିଶାପିସିସି ପକ୍ଷରୁ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ପିସିସି ପକ୍ଷରୁ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଶ୍ରାଦ୍ଧ ଉତ୍ସବ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପିସିସି ସଭାପତି ଶ୍ରୀ ଦାସଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ମାଷ୍ଟରକ୍ୟାଂଟିନ ଛକସ୍ଥିତ ନେହେରୁ ପାର୍କରେ ଥିବା ପଣ୍ଡିତ ଜବାହରଲାଲ ନେହେରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ କଂଗ୍ରେସ ଭବନ ପରିସରରେ ଥିବା ପଣ୍ଡିତ ନେହେରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଶ୍ରୀକାନ୍ତ ଜେନା, ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, ଅଭୟ ସାହୁ, ପ୍ରକାଶ ଜେନା, ଅରବିନ୍ଦ ଦାସ, ବାଙ୍କନିଧି ବେହେରା, ପ୍ରକାଶ ମିଶ୍ର, ସତ୍ୟବ୍ରତ ନାୟକ, ଜୟଶ୍ରୀ ପଟ୍ଟନାୟକ, ଚିନ୍ମୟ ସୁନ୍ଦର ଦାସ, ସୁନିତା ବିଶ୍ୱାଳ, କାର୍ତ୍ତିକ ଚନ୍ଦ୍ର ବରାଳ, ଲିଙ୍ଗରାଜ ସାହୁ, ଭାସ୍କର ସେଠୀ, ଜୟସ୍ମିତା ମହାନ୍ତି, ଶିଳ୍ପିଶ୍ରୀ ହରିଚନ୍ଦନ, ମିହିର ଆଚାର୍ଯ୍ୟ, ଶ୍ରେୟାସ୍ମିତା ପଣ୍ଡା, ଶ୍ରିୟା ମହାନ୍ତି, ଖଗେଶ୍ୱର ମଲ୍ଲିକ, ଉଷାରାଣି ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking