35.1 C
Bhubaneswar
Monday, May 18, 2026
Homeଦେଶ ବିଦେଶକେରଳମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଭିଡି ସତୀଶନ

କେରଳମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଭିଡି ସତୀଶନ

ନୂଆଦିଲ୍ଲୀ: କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ କେରଳମ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଛି । ୧୪୦ ଆସନରୁ ୧୦୨ ଆସନ ଜିତିଛି । ଭି.ଡି ସତୀଶନ ସୋମବାର ପୂର୍ବାହ୍ନରେ ରାଜଧାନୀ ତିରୁବନନ୍ତପୁରମର ସେଣ୍ଟ୍ରାଲ ଷ୍ଟାଡିୟମରେ ତାଙ୍କ କ୍ୟାବିନେଟ ସହିତ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି । ସତୀଶନଙ୍କୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ପଦ ଏବଂ ଗୋପନୀୟତାର ସହିତ ଶପଥ ପାଠ କରାଇଛନ୍ତି । ଏହି ସମାରୋହରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ଲୋକସଭା ସଦସ୍ୟ ରାହୁଲ ଗାନ୍ଧୀ ଏବଂ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଯୋଗ ଦେଇଛନ୍ତି । ସେହିପରି କଂଗ୍ରେସ ଶାସିତ ରାଜ୍ୟ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଡିକେ ଶିବ କୁମାର, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବଂ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ଶୁଖୁ ମଧ୍ୟ ଉପସ୍ଥିତ ଅଛନ୍ତି । ସେହିପରି ସମାରୋହରେ ବରିଷ୍ଠ କଂଗ୍ରେସ ନେତା କେସି ବେରୁଗୋପାଳ, ବିଜେପି କେରଳ ସଭାପତି ରାଜୀବ ଚନ୍ଦ୍ରଶେଖର , ସିପିଆଇ ନେତା ବିନୟ ବିଶ୍ୱମ ପ୍ରମୁଖ ଯୋଗ ଦେଇଛନ୍ତି । ୨୧ ସଦସ୍ୟ ବିଶିଷ୍ଟ ପୂର୍ଣ୍ଣ କ୍ୟାବିନେଟରେ ଆଞ୍ଚଳିକ ଏବଂ ମେଣ୍ଟ ସନ୍ତୁଳନ ଉପରେ ଗୁରୁତ୍ୱ ଦିଆଯାଇଛି । ଭିଡି ସତୀଶନ ରବିବାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟି ତାଙ୍କ ଚୂଡାନ୍ତ ସହଯୋଗୀ ତାଲିକା ଦାଖଲ କରିଥିଲେ । ସତୀଶନଙ୍କ ସମେତ ୨୧ ଜଣ ସଦସ୍ୟଙ୍କୁ ନେଇ ଗଠିତ ନୂତନ କ୍ୟାବିନେଟ ଗଠନ ହେବ । ମେଣ୍ଟ ଚୁକ୍ତି ଅନୁଯାୟୀ, ମନ୍ତ୍ରିମଣ୍ଡଳରେ ଦୁଇ ଜଣ ମହିଳାଏବଂ ଅନୁସୂଚିତ ଜାତି ସମ୍ପ୍ରଦାୟର ଦୁଇଜଣ ସଦସ୍ୟଙ୍କ ସମେତ ୧୪ ଜଣ ନବନିର୍ବାଚିତ ସଦସ୍ୟଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ମେଣ୍ଟର ମୁଖ୍ୟ ସହଯୋଗୀ ଆଇୟୁଏମଏଲ ୫ଟି କ୍ୟାବିନେଟ ଆସନ ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking