35.1 C
Bhubaneswar
Tuesday, May 12, 2026
Homeଦେଶ ବିଦେଶନିଟ-ୟୁଜି ପରୀକ୍ଷା ବାତିଲ

ନିଟ-ୟୁଜି ପରୀକ୍ଷା ବାତିଲ

ନୂଆଦିଲ୍ଲୀ: ପେପର ଲିକ ଅଭିଯୋଗରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ନିଟ ୟୁଜି ପରୀକ୍ଷା ୨୦୨୬କୁ ବାତିଲ କରିଛି । କେନ୍ଦ୍ର ସରକାର ଏନେଇ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।୩୦ ହଜାର ଟଙ୍କାରେ ପ୍ରଶ୍ନପତ୍ର ବିକ୍ରି ହୋଇଥିବା ଅଭିଯୋଗ ହୋଇଛି । ଲିକ ହୋଇଥିବା ୧୪୦ ପ୍ରଶ୍ନ ସହ ମୂଳ ପ୍ରଶ୍ନ ସହ ମ୍ୟାଚ କରୁଛି । ରାଜସ୍ଥାନ SOG NEET ପେପର ଲିକ୍ ମାଷ୍ଟରମାଇଣ୍ଡ ମନୀଷ ଯାଦବ ଏବଂ ରାକେଶ ମଣ୍ଡାଭ୍ରିଆଙ୍କୁ ଗିରଫ କରିଛି। ମେ 3 ତାରିଖରେ ଅନୁଷ୍ଠିତ NEET ପରୀକ୍ଷାରେ 22 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।   କିନ୍ତୁ ତାହା ରଦ୍ଦ କରିଛି ଏନଟିଏ । ଏନଟିଏ ପକ୍ଷରୁ କୁହାଯାଇଛି ଯେ, ଉକ୍ତ ମାମଲାରେ ତଦନ୍ତ ସମୟରେ ପ୍ରକାଶିତ ତଥ୍ୟ ଏବଂ ଆଇନ ପ୍ରବର୍ତ୍ତନ ଏଜେନ୍ସିଗୁଡିକର ରିପୋର୍ଟ ସ୍ପଷ୍ଟ କରିଛି ଯେ ବର୍ତ୍ତମାନର ପରୀକ୍ଷା ପ୍ରକ୍ରିୟା ଜାରି ରଖିବା ଉପଯୁକ୍ତ ହେବ ନାହିଁ । ତେଣୁ ନିଟ- ୟୁଜି ୨୦୨୬ ପରୀକ୍ଷା ପୁନଃନିର୍ଦ୍ଧାରିତ କରାଯିବ । ନୂତନ ପରୀକ୍ଷା ତାରିଖ ଏବଂ ପ୍ରବେଶ ପତ୍ର ସୂଚୀ ଖୁବ ଶୀଘ୍ର ସରକାରୀ ୱେବସାଇଟ ମାଧ୍ୟମରେ ପ୍ରକାଶିତ ହେବ । ଏହି ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ଏହାକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି। ସଂସ୍ଥା କହିଛି ଯେ ଏହା ସମସ୍ତ ପ୍ରକାରର ସହଯୋଗ ଯୋଗାଇବ ଏବଂ ତଦନ୍ତ ପାଇଁ ଆବଶ୍ୟକ ସମସ୍ତ ଡକ୍ୟୁମେଣ୍ଟ ଏବଂ ରେକର୍ଡ ଯୋଗାଇବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking