ଆସାମ: ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ହିମନ୍ତ ବିଶ୍ୱଶର୍ମା । ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ହିମନ୍ତ । ୪ କ୍ୟାବିନେଟ ମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କଲେ ହିମନ୍ତ ବିଶ୍ୱଶର୍ମା । ପଦ ଓ ଗୋପନୀୟତାର ସହ ଶପଥ ପାଠ କରାଇଲେ ରାଜ୍ୟପାଳ । ଖାନାପଡା ଭଟେରନାରୀ କଲେଜ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ଆସାମରେ ଲଗାତାର ୩ୟ ଥର ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର । ଶପଥ ସମାରୋହରେ ଉପସ୍ଥିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉପସ୍ଥିତ ଅଛନ୍ତି । ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା ଉପସ୍ଥିତ ଅଛନ୍ତି । ସମସ୍ତ ବିଜେପି ଶାସିତ ରାଜ୍ୟର ସିଏମ ଶପଥ ସମାରୋହରେ ସାମିଲ ଅଛନ୍ତି ।










