ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି କଂଗ୍ରେସର ଆନ୍ଦୋଳନ। କମିଶନରେଟ ପୋଲିସ କାର୍ଯ୍ୟାଳୟ ଘେରାଉ କରିଛି କଂଗ୍ରେସ। ବାଲିଅନ୍ତା ଭିଡ ହିଂସା ସହ ମବ ଲିଞ୍ଚିଂ ଘଟଣାକୁ ନେଇ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ କମିଶନରେଟ ପୋଲିସ କାର୍ଯ୍ୟାଳୟକୁ ଘେରାଉ ସହ ପୋଲିସ ଉପରକୁ ଟମାଟୋ ମାଡ କରାଯାଇଛି । ଆନ୍ଦୋଳନ ବେଳେ ପୋଲିସ କଂଗ୍ରେସ କର୍ମୀଙ୍କ ସହ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଛି । ଚାରିଆଡେ ବ୍ୟାରିକେଡ ଲଗାଇଛି । ତଥାପି ଧସେଇ ପଶେଇ ବ୍ୟାରିକେଡ ଭାଙ୍ଗି ଆନ୍ଦୋଳନ ଜାରି ରଖିଛନ୍ତି କଂଗ୍ରେସ କର୍ମୀ । ତେବେ କିଛି କଂଗ୍ରେସ କର୍ମୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଆଇନ ଶୃଙ୍ଖଳା ସଂମ୍ପୁର୍ଣ୍ଣ ରୂପେ ଧ୍ୱଂସ ହୋଇପଡିଛି ରାଜ୍ୟରେ ତେଣୁ ଏହି ଅପାରଗ ମୁଖ୍ୟମନ୍ତ୍ରୀ ଗୃହ ବିଭାଗରୁ ଇସ୍ତଫା ଦିଅନ୍ତୁ । ବାଲିଅନ୍ତା ଘଟଣାରେ ଦୋଷୀଙ୍କୁ ଦଣ୍ଡ ମିଳିବା ଦରକାର ।










