29.1 C
Bhubaneswar
Thursday, May 7, 2026
Homeଦେଶ ବିଦେଶପଶ୍ଚିମବଙ୍ଗରେ ହିଂସାକାଣ୍ଡ: ବୋମାମାଡ଼ରେ ୫ ବିଜେପି କର୍ମୀ ଗୁରୁତର

ପଶ୍ଚିମବଙ୍ଗରେ ହିଂସାକାଣ୍ଡ: ବୋମାମାଡ଼ରେ ୫ ବିଜେପି କର୍ମୀ ଗୁରୁତର

ନୂଆଦିଲ୍ଲୀ : ବୁଧବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ପାଣିହାଟି ଅଞ୍ଚଳ ତଥା ନବନିର୍ବାଚିତ ବିଜେପି ବିଧାୟିକା ରତ୍ନା ଦେବନାଥଙ୍କ ବାସଭବନ ନିକଟରେ ଏକ ବୋମା ବିସ୍ଫୋରଣ ଘଟି ୫ ଜଣ ବିଜେପି କର୍ମୀ ଗୁରୁତର ଭାବେ ଆହତ ହୋଇଛନ୍ତି। ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ନିକଟତମ ସହଯୋଗୀ ଚନ୍ଦ୍ରନାଥ ରଥଙ୍କୁ ଗୁଳି କରି ହତ୍ୟା କରାଯିବାର ମାତ୍ର କିଛି ଘଣ୍ଟା ପରେ ଏହି ବୋମାମାଡ଼ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ସୂଚନା ଅନୁଯାୟୀ, ବିଜେପି କର୍ମୀମାନେ ଦତ୍ତ ରୋଡ୍ ଅଞ୍ଚଳରେ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରୁଥିବା ସମୟରେ ମୋଟରସାଇକେଲରେ ଆସିଥିବା କିଛି ଦୁର୍ବୃତ୍ତ ସେମାନଙ୍କୁ ଲକ୍ଷ୍ୟ କରି ବୋମା ନିକ୍ଷେପ କରି ଫେରାର ହୋଇଯାଇଥିଲେ। ଆହତମାନଙ୍କୁ ତୁରନ୍ତ କୋଲକାତାର ଆର.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking