ନୂଆଦିଲ୍ଲୀ: ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜୟ ଥାଲାପତିଙ୍କ ବଡ଼ ବିଜୟ ପରେ ଘରେ ଉତ୍ସବର ମାହୋଲ ଖେଳିଯାଇଛି । ବିଜୟଙ୍କ ବାପା,ମା’ ପୁଅର ସଫଳତାରେ ଖୁସିରେ ଗଦ୍ ଗଦ୍ ହୋଇଯାଇଛନ୍ତି । ବିଜୟଙ୍କ ଏହି ବଡ଼ ସଫଳତାରେ ବାପା ଏସ୍.ଏ.ଚନ୍ଦ୍ରଶେଖର କହିଛନ୍ତି ଯେ ‘‘ଗତ ୩୦ ବର୍ଷ ହେଲାଣି ବିଜୟ ତାମିଲ ଲୋକଙ୍କ ପାଇଁ କିଛି କରିବାକୁ ଚାହୁଥିଲେ । ଆଉ ଆଜି ତାଙ୍କର ପରିଶ୍ରମର ସଫଳ ହେବାକୁ ଯାଉଛି , ସେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ତାମିଲ ଜନତା ବିଜୟଙ୍କୁ ନେତା କିମ୍ବା ଅଭିନେତା ରୂପରେ ନୁହେଁ ପୁଅ,ନାତି ଏବଂ ବଡ଼ଭାଇ ଭଳି ଦେଖନ୍ତି । ଯୁବକମାନେ ତାଙ୍କୁ ‘ଅନ୍ନା’ ତେଲୁଗୁରେ ଭାଇ ବୋଲି ଡାକନ୍ତି ।’’ପିତାଙ୍କ ଭଳି ବିଜୟଙ୍କ ମା’ ମଧ୍ୟ ପୁଅର ସଫଳତାରେ ଭାରି ଖୁସି ଅଛନ୍ତି । ଯେତେବେଳେ ଗଣମାଧ୍ୟମ ପ୍ରତିନିଧି ପୁଅର ସଫଳତାକୁ ନେଇ ମା’ଙ୍କୁ ପ୍ରଶ୍ନ କରୁଛନ୍ତି ତାଙ୍କ ପିତା କହୁଛନ୍ତି ଯେ ‘‘ଏ କେବଳ ବିଜୟର ମା’ ନୁହେଁ ସବୁଠୁ ବଡ଼ ଏବଂ ପ୍ରଥମ ଫ୍ୟାନ୍ ମଧ୍ୟ ।’ଥାଲାପତିଙ୍କ ପୂରା ପରିବାର ଖୁସିରେ ହ୍ବିସିଲ୍ ବଜାଉଛନ୍ତି ।










