29.1 C
Bhubaneswar
Sunday, May 3, 2026
Homeଅପରାଧକାହାକୁ ନ ମିଳୁ ଏମିତି ସ୍ତ୍ରୀ ! ଆତ୍ମହତ୍ୟା ପୂର୍ବରୁ ଭିଡିଓ କରି ସବୁ କହିଦେଲେ...

କାହାକୁ ନ ମିଳୁ ଏମିତି ସ୍ତ୍ରୀ ! ଆତ୍ମହତ୍ୟା ପୂର୍ବରୁ ଭିଡିଓ କରି ସବୁ କହିଦେଲେ ସ୍ବାମୀ

ନୂଆଦିଲ୍ଲୀ: ମୋ ଶୋଇବା ଘରେ ପରପୁରୁଷଙ୍କ ସହ ଖରାପ ସମ୍ପର୍କ ରଖୁଥିଲା ସ୍ତ୍ରୀ । ପିଲାଙ୍କୁ ହଲରେ ଟିଭି ଦେଖିବାକୁ ଛାଡ଼ି ଦେଇ ଅନୈତିକି କାର୍ଯ୍ୟରେ ଲିପ୍ତ ରହୁଥିଲା । ସବୁ ଦୋଷକୁ କ୍ଷମା କଲି । ପୁଣି ସାଥୀ ହୋଇ ରହିବା ପାଇଁ ଭାବିଲି । ବହୁତ ବୁଝାଇଲି, ଶେଷରେ ଫଳାଫଳ ଶୂନ୍ । ଆଉ ଏ ଜୀବନ ରଖି ଲାଭ ନାହିଁ । ମୁଁ ଏବେ ଜୀବନ ହାରୁଛି । ଜଣେ ନିସହାୟ ହୋଇ ଜୀବନ ହାରିବାର କିଛି ସମୟ ପୂର୍ବରୁ ଏଭଳି ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଗୁଜୁରାଟ ଅହମ୍ମଦାବାଦର ରାପିନ୍ ଅଞ୍ଚଳର ଦଶରଥ ନାମକ ଜଣେ ଯୁବକ ଜୀବନ ହାରିଥିବାବେଳେ ସେ ଭିଡିଓରେ କହିଥିବା କଥା ଚର୍ଚ୍ଚାର ବିଷୟ ପାଲଟିଛି । ଆତ୍ମହତ୍ୟା କରିବାର ୬ ମିନିଟ୍ ପୂର୍ବରୁ ଦଶରଥ ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ତାଙ୍କ ଆତ୍ମହତ୍ୟାର ଦୋଷ ସ୍ତ୍ରୀଙ୍କୁ ଦେଇଛନ୍ତି । ସେ ଭିଡିଓରେ କହିଛନ୍ତି କି, ମୁଁ ମୋ ପିଲାମାନଙ୍କୁ, ମାଆ ଏବଂ ଭାଇଙ୍କୁ ବହୁତ ଭଲ ପାଏ । ମୋତେ କ୍ଷମା କରିବ, ମୁଁ ଆଉ ସହିପାରୁନି । ଯନ୍ତ୍ରଣା ଅଧିକ ବଢ଼ିଯାଇଛି, ଯେଉଁ କାରଣରୁ ମୁଁ ଜୀବନ ହାରିବାକୁ ବାଧ୍ୟ ହେଉଛି । ତେବେ ସ୍ତ୍ରୀଙ୍କ ଅନୈତିକ ସମ୍ପର୍କ ଏବଂ ଟଙ୍କା ହେରଫେର ପାଇଁ ଆତ୍ମହତ୍ୟା କରୁଛି । ଭିଡିଓରେ ସେ କହିଛନ୍ତି କି, ମୋ ସ୍ତ୍ରୀର ଅନେକ ପୁରୁଷଙ୍କ ସହ ସମ୍ପର୍କ ରହିଛି । ତାଙ୍କୁ ଫେରାଇ ଆଣିବାକୁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କଲି ତଥାପି ସେ ନିଜର ପ୍ରକୃତି ଛାଡ଼ିଲେନି । ତାଙ୍କ ଭାଇମାନେ ଆସି ପୁଣିଥରେ ତାଙ୍କୁ ନେଇଗଲେ ।

ମୁଁ ମୋ ପିଲାମାନଙ୍କୁ ବହୁତ ଭଲପାଏ । ମୋତେ କ୍ଷମା କରିଦେବ । ପିଲାମାନଙ୍କୁ ଗୋଟିଏ ବର୍ଷ ସ୍କୁଲ ଛାଡ଼ି ନଥିଲେ । ସେ ପିଲାଙ୍କୁ ଘରେ ରଖିଥିବାବେଳେ ପରପୁରୁଷଙ୍କ ସହ ରାତି କାଟୁଥିଲେ । ସେ ମୋତେ ଲୁଚାଇ ଏକ ଅଲଗା ଫୋନ୍ ରଖିଥିଲେ । ଯେଉଁଥିରେ ଅନେକ ଜଣକ ସହ ସମ୍ପର୍କ ରଖୁଥିବା ମୁଁ ଯାଞ୍ଚ କରିବା ପରେ ଜାଣିବାକୁ ପାଇଲି । ବହୁତ ଚେଷ୍ଟାକଲି ବଦଳାଇବା ପାଇଁ କିନ୍ତୁ ପାରିଲିନି । ପିଲାଙ୍କ ଭବିଷ୍ୟତକୁ ମଧ୍ୟ ସେ ନଷ୍ଟ କରିଦେବ ବୋଲି ଭିଡିଓରେ ଜଣାଇଛନ୍ତି । ଏହାସହ ଭିଡିଓରେ ସେ ତିନିଜଣଙ୍କ ନାଁ ନେଇଛନ୍ତି । ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି ମହେଶ, ଲସିବେନ୍ ଏବଂ ଭିଖାଭାଇ । ସେପଟେ ସ୍ବାମୀଙ୍କ ଆତ୍ମହତ୍ୟା ପରେ ଆଗୁଆ ଜାମିନ ଆବେଦନ କରିଥିଲେ ତାଙ୍କ ପତ୍ନୀ । ଜାମିନ ନାମଞ୍ଜୁର ହେବା ପରେ ସେ ଘର ଛାଡ଼ି ଫେରାର ହୋଇଯାଇଥିଲେ । ସେ ଅହମ୍ମଦାବାଦ ଷ୍ଟେଟ୍ ହାଇଓ୍ବେ ଷ୍ଟେସନ ନିକଟକୁ ଯାଉଥିଲେ । ଏହା ପୂର୍ବରୁ ପୁଲିସ ଯୋଜନା ମୁତାବକ ଏକ ବସ ଡିପୋରୁ ତାଙ୍କୁ ଗିରଫ କରିଥିଲା । ତେବେ ଘରର ଅଳଙ୍କାର ବିକି ୨୫ ଲକ୍ଷ ଟଙ୍କା ଉଡ଼ାଇ ଦେଇଥିବା ମଧ୍ୟ ମହିଳାଙ୍କ ନାମରେ ଅଭିଯୋଗ ହୋଇଛି । ଯାହାରର ହିସାବ ସେ ଦେଇପାରିନାହାନ୍ତି । ଏ କଥା ସମ୍ପର୍କରେ ତାଙ୍କୁ ଦାଶରଥୀ କହିଥିବାବେଳେ ସେ ତାଙ୍କୁ ଆତ୍ମହତ୍ୟା କରିବାକୁ ଉସୁକାଇଥିବା ଅଭିଯୋଗ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking