29.1 C
Bhubaneswar
Sunday, May 3, 2026
Homeଦେଶ ବିଦେଶପାଠ୍ୟକ୍ରମରେ ବଡ଼ ପରିବର୍ତ୍ତନ: ଛାତ୍ରଛାତ୍ରୀ ପଢିବେ ‘ମୋଦି ତତ୍ତ୍ବ’

ପାଠ୍ୟକ୍ରମରେ ବଡ଼ ପରିବର୍ତ୍ତନ: ଛାତ୍ରଛାତ୍ରୀ ପଢିବେ ‘ମୋଦି ତତ୍ତ୍ବ’

ଗୁଜୁରାଟ : ଗୁଜରାଟର ଭଦୋଦରାରେ ଥିବା ପ୍ରସିଦ୍ଧ ମହାରାଜା ସୟାଜୀରାଓ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ଯାହା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ବିଷୟରେ ଶିକ୍ଷା ଦେବ । ଏହି ପାଠ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଇତିହାସ ଏବଂ ସାମାଜିକ ଅବଦାନ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି। ଏହି ମଡ୍ୟୁଲର ମୂଳ ଭାଗ ହେଉଛି ‘ମୋଦି ତତ୍ତ୍ୱ’। ଯେଉଁଥିରେ ମୋଦିଙ୍କର ଆକର୍ଷଣୀୟ ବ୍ୟକ୍ତିତ୍ବରେ ନେତୃତ୍ବ ବିଷୟରେ ପଢାଯିବ । ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଗୁଣବତ୍ତା, ତାଙ୍କର ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଏବଂ ତାଙ୍କର କାର୍ଯ୍ୟ ପଦ୍ଧତିକୁ ଅନୁସନ୍ଧାନ କରିବ । ଏହା ସହିତ ଏହି ପାଠ୍ୟକ୍ରମରେ ଛାତ୍ରଛାତ୍ରୀମାନେ ସାମାଜିକ-ସାଂସ୍କୃତିକ ଉନ୍ନତିରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଉତ୍ପତ୍ତି, ଇତିହାସ ଏବଂ ଅବଦାନ ବୁଝିବେ । ସାଂସ୍କୃତିକ ଜାତୀୟତାବାଦ, ପରିବେଶ ସୁରକ୍ଷା ଏବଂ ସ୍ୱାଧୀନତା ସଂଗ୍ରାମରେ RSSର ଭୂମିକା ଉପରେ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ । ଏମଏସ ବିଶ୍ୱବିଦ୍ୟାଳୟର ଷ୍ଟଡିଜ୍ ବୋର୍ଡ ମୋଟ ଚାରୋଟି ନୂତନ ପାଠ୍ୟକ୍ରମକୁ ଅନୁମୋଦନ କରିଛି।ଏହି ସିରିଜର ଚତୁର୍ଥ ବିଷୟ ଜାତୀୟତାବାଦକୁ ବୁଝିବା ଉପରେ ଧ୍ୟାନ କେନ୍ଦ୍ରିତ କରେ। ଏଥିରେ ରାଷ୍ଟ୍ର ଏବଂ ରାଜ୍ୟର ପରିଭାଷା, ଏବଂ ଜାତୀୟତାବାଦ ଉପରେ ଭାରତୀୟ ସମାଜବିଜ୍ଞାନୀଙ୍କ ମତାମତ ଉପରେ ଆଲୋଚନା କରାଯିବ । ଏହା ବ୍ୟତୀତ ଛତ୍ରପତି ଶିବାଜୀ ମହାରାଜ ଏବଂ ମହାରାଜା ସୟାଜୀରାଓ ଗାଏକୱାଡଙ୍କ ଶାସନ ଏବଂ ସେମାନଙ୍କର ସାମାଜିକ ସଂସ୍କାର ବିଷୟରେ ଗଭୀର ଭାବରେ ଶିକ୍ଷା ଦିଆଯିବ । ଏହାକୁ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ରରେ ବିଏ ଏବଂ ଏମ୍ଏ ପାଠ୍ୟକ୍ରମରେ ପଢ଼ାଯିବ । ଅନ୍ୟପଟେ ଏହି ବିଷୟଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ବର୍ତ୍ତମାନର ସାମାଜିକ ଏବଂ ରାଜନୈତିକ ପରିବେଶକୁ ଭଲ ଭାବରେ ବୁଝିବାରେ ସକ୍ଷମ କରିବ ବୋଲି ବିଶ୍ୱବିଦ୍ୟାଳୟର ସମାଜବିଜ୍ଞାନ ବିଭାଗର ମୁଖ୍ୟ ଡକ୍ଟର ବୀରେନ୍ଦ୍ର ସିଂ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking