34.1 C
Bhubaneswar
Thursday, April 30, 2026
Homeଓଡିଶାସ୍ୱତନ୍ତ୍ର ଅଧିବେଶନରେ ମହାବିତର୍କ : ନବୀନ-ପ୍ରଭାତୀ ମୁହାଁମୁହିଁ

ସ୍ୱତନ୍ତ୍ର ଅଧିବେଶନରେ ମହାବିତର୍କ : ନବୀନ-ପ୍ରଭାତୀ ମୁହାଁମୁହିଁ

ଭୁବନେଶ୍ୱର : ବିଧାନସଭା ସ୍ୱତନ୍ତ୍ର ଅଧିବେଶନରେ ଗୁରୁବାର ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମହିଳାଙ୍କୁ ଉଚିତ ନ୍ୟାୟ ଦେବାରେ ଅବହେଳା କରାଯାଇଛି। ଆଲୋଚନାକୁ ଆଗେଇ ଆସିବା ବଦଳରେ ନକରାତ୍ମକ ମନ୍ତବ୍ୟ ଦେଉଛନ୍ତି। କଂଗ୍ରେସ ନିଜ ସରକାର ସମୟରେ ମହିଳାଙ୍କ ବିଲକୁ ପାସ କରିନଥିଲା। ବିଜେଡି ବି ପଞ୍ଚାୟତସ୍ତରରେ ମହିଳାଙ୍କ ସଂରକ୍ଷଣ କଥା କହି ବାଃ ବାଃ ନେଉଛି। ବିଧାୟକ କିମ୍ବା ସାଂସଦ କଥା ଆସିଲା ବେଳେ ପଛଘୁଞ୍ଚା କାହିଁକି ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ। ମହିଳାଙ୍କୁ ସଂରକ୍ଷଣ ମିଳିଲେ ବଡପଣ୍ଡାରଙ୍କର ସଂରକ୍ଷଣ ଅଧିକାର କ୍ଷୁର୍ଣ୍ଣ ହୁଏନି। ଯେ ପର୍ଯ୍ୟନ୍ତ ମହିଳାଙ୍କୁ ବିଧାନସଭା କି ସଂସଦକୁ ପଠାଯାଇନି, ଉଚିତ ସମ୍ମାନ ମିଳିନି। ରାଷ୍ଟ୍ରପତି, କେନ୍ଦ୍ର ଅର୍ଥମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଉଦାହରଣ ଦେଲେ ମୁଖ୍ୟମନ୍ତ୍ରୀ। ନାରୀ ଶକ୍ତି ବନ୍ଦନର ଆବଶ୍ୟକତା ଅଛି। ବିରୋଧୀ ଏଥିରେ ବ୍ରେକ ଲଗାଇଛନ୍ତି। ମହିଳା ଏହାର ଉଚିତ୍ ଜବାବ ଦେବେ। ବିରୋଧୀ ଦଳ ନେତା ଚିଠି ଲେଖି ଉତ୍ତର ମାଗିଥିଲେ, ତାଙ୍କ ଆଶଙ୍କା ନିରର୍ଥକ।

କେନ୍ଦୁଝର କଙ୍କାଳ ଘଟଣାକୁ ନେଇ ବର୍ଷିଛନ୍ତି ବିରୋଧୀ ଦଳ ନେତା। ମାଟି ତଳୁ କଙ୍କାଳ କାଢି ପ୍ରମାଣ ଦେବା କିଭଳି ମହିଳା ସଶକ୍ତିକରଣ ବୋଲି ପ୍ରଶ୍ନ କରିଛନ୍ତି ନବୀନ ପଟ୍ଟନାୟକ। ଡବଲ୍ ଇଞ୍ଜିନ ସରକାରରେ ବ୍ୟାଙ୍କ କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଛି। ଓଡିଶାରେ ମହିଳା ଅସୁରକ୍ଷିତ ବୋଲି କହିଥିଲା ଆମେରିକା। ବିଜୁ ବାବୁ ପ୍ରଥମ ରାଜ୍ୟ ଭାବେ ଓଡିଶାରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେଇଥିଲେ। ୨୦୦୦ ମସିହାରେ ମୋ ସରକାର ୫୦% ସଂରକ୍ଷଣ ଦେଇଥିଲା। ମୁଁ ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ସାଂସଦଙ୍କୁ ଚିଠି ଲେଖିଛି। ସୀମା ନିର୍ଦ୍ଧାରଣ ବିଲ୍ ରାଜ୍ୟର ରାଜନୈତିକ ଅଧିକାରୀ କମେଇବ।ମୁଁ ଥିବା ଯାଏ ଓଡିଶାବାସୀ ହକରୁ ବଞ୍ଚିତ ହେବେ ନାହିଁ। ଅନ୍ୟପଟେ ଗୃହରେ ନବୀନଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଦାନା ମାଝୀ ଘଟଣାରେ ଓଡିଶା ନିନ୍ଦିତ ହେଲା। ସେତେବେଳେ ନବୀନ ବାବୁ କ’ଣ କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି ପ୍ରଭାତୀ। ଆଜି କହୁଛନ୍ତି କୁମ୍ଭୀର କାନ୍ଦଣା, ବିଜୁ ବାବୁଙ୍କ ପ୍ରତି ଆମର ସମ୍ମାନ ରହିଛି। ନବୀନଙ୍କ ୨୫ ବର୍ଷ ଶାସନରେ ମହିଳାଙ୍କ ପ୍ରତି ଅନ୍ୟାୟ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking