34.1 C
Bhubaneswar
Thursday, April 30, 2026
Homeଓଡିଶାଗୃହରେ ‘କଙ୍କାଳ’ ଝଡ଼

ଗୃହରେ ‘କଙ୍କାଳ’ ଝଡ଼

ଆଜି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଛି। ସ୍ୱତନ୍ତ୍ର ଅଧିବେଶନ ଆରମ୍ଭରୁ କଂଗ୍ରେସ ବିଧାୟକଙ୍କ ହୋହଲ୍ଲା ଜାରି ରହିଛି। ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ସଦସ୍ୟମାନେ ନାରାବାଜି କରିଛନ୍ତି। କେନ୍ଦୁଝର ପ୍ରସଙ୍ଗ ଉଠାଇ ସରକାର ଘେରିବାକୁ କଂଗ୍ରେସ ସଦସ୍ୟମାନେ ଉଦ୍ୟମ କରିଛନ୍ତି। ତେବେ ହଟ୍ଟଗୋଳ ମଧ୍ୟରେ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ବିଷୟରେ ଆଲୋଚନା ପାଇଁ ପ୍ରସ୍ତାବ ଆଗତ ହୋଇଛି।

ମାତ୍ର ଗୋଟିଏ ଦିନ ପାଇଁ ବସିବାକୁ ଥିବା ଏହି ସ୍ବତନ୍ତ୍ର ଅଧିବେଶନରେ ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ସମ୍ପର୍କରେ ସ୍ବତନ୍ତ୍ର ଭାବେ ଆଲୋଚନା ହେବ। ସମ୍ବିଧାନର ଧାରା ୧୭୪ ଉପଧାରା ଏକ ଆଧାରରେ ଏହି ଅଧିବେଶନ ଡକାଯାଇଛି। ଏନେଇ ବିଧାନସଭା ସଚିବଙ୍କ ପକ୍ଷରୁ ଚିଠି ଜାରି କରାଯାଇଥିଲା। ଦେଶର ମୋଟ ଜନସଂଖ୍ୟାର ୫୦ ଭାଗ ହେଉଛନ୍ତି ମହିଳା। ଏଣୁ ମହିଳାଙ୍କୁ ସେମାନଙ୍କୁ ଭାଗିଦାରୀ ମିଳିବା ଉଚିତ୍ ବୋଲି ଦାବି କରୁଛି ବିଜେପି। ଦିନିକିଆ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ, ତ୍ରିସ୍ତରୀୟ ବଳୟରେ ବିଧାନସଭା ରହିଛି। ଲୋୟର ପିଏମ୍ଜିରେ ବିଏନ୍ଏସ୍ ୧୬୩ ଧାରା ଜାରି ହୋଇଛି। ତେବେ ଅଧିବେଶନ ପୂର୍ବରୁ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଧାନସଭାର ୫୪ନଂ କକ୍ଷରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ୱତନ୍ତ୍ର ଅଧିବେଶନ ପାଇଁ ରଣନୀତି ନେଇ ଆଲୋଚନା ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking