29.1 C
Bhubaneswar
Wednesday, April 29, 2026
Homeଓଡିଶାପଣ୍ଡିତ ଦିନଦୟାଲ ଉପାଧ୍ୟୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬” ପରିପ୍ରେକ୍ଷୀରେ ପ୍ରଦେଶସ୍ତରୀୟ ଜିଲ୍ଲା ପଶିକ୍ଷଣ ବର୍ଗ ଯୋଜନା...

ପଣ୍ଡିତ ଦିନଦୟାଲ ଉପାଧ୍ୟୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬” ପରିପ୍ରେକ୍ଷୀରେ ପ୍ରଦେଶସ୍ତରୀୟ ଜିଲ୍ଲା ପଶିକ୍ଷଣ ବର୍ଗ ଯୋଜନା ବୈଠକ

ଭୁବନେଶ୍ୱର: ପଣ୍ଡିତ ଦିନଦୟାଲ ଉପାଧ୍ୟୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬ ଅନ୍ତର୍ଗତ କାର୍ଯ୍ୟକର୍ତାମାନଙ୍କୁ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଦିଆଯିବ। ଏହି ଅବସରରେ କାର୍ଯ୍ୟକତାଙ୍କ ବିକାଶଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ବିଷୟ, ସାମ୍ପ୍ରତିକ ପରିସ୍ଥିତି ଓ ଅଂଚଳର ବିକାଶ ଉପରେ ଆଲୋଚନା କରାଯିବ। ବିଶେଷ କରି କାର୍ଯକର୍ତାମାନଙ୍କ ମଧ୍ୟରେ ଗୁଣାତ୍ମକ ମାନର ବିକାଶ ଉପରେ ଗୁରୁତ୍ୱ ଦିଆଯିବ। ଏହି କ୍ରମରେ ଓଡିଶାର ୧୦୫୨ ମଣ୍ଡଳରେ ପ୍ରଶିକ୍ଷଣ ବର୍ଗ ସମାପ୍ତ ହୋଇସାରିଛି। ଆସନ୍ତା ମେ’ ମାସ ୧ ତାରିଖ ଠାରୁ ପାର୍ଟିର ସମସ୍ତ ୩୭ଟି ସାଂଗଠନିକ ଜିଲ୍ଲାରେ ଏହି ପ୍ରଶିକ୍ଷଣ ବର୍ଗ ଆରମ୍ଭ କରାଯିବ। ମେ’ ୩୧ ସୁଦ୍ଧା ଏହି କାର୍ଯ୍ୟକ୍ରମ ଶେଷ କରାଯିବ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟ କାର୍ଯ୍ୟାଳୟରେ ପ୍ରଦେଶସ୍ତରୀୟ ଜିଲ୍ଲା ପ୍ରଶିକ୍ଷଣ ବର୍ଗ ଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିଂରଚି ନାରାୟଣ ତ୍ରିପାଠୀ କହିଛନ୍ତି।

ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ମେ’ ୧ ତାରିଖରୁ ଆରମ୍ଭ ହେବାକୁ ଥିବା ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଉପରେ ବୈଠକରେ ଚର୍ଚ୍ଚା ଓ ଆଲୋଚନା ହୋଇଛି। ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟ ମଧ୍ୟରେ କିପରି ସମାପ୍ତ ହେବ ସେ ଉପରେ ବୈଠକରେ ଖସଡା ପ୍ରସ୍ତୁତ କରାଯାଇଛି। ବିଜେପି କାର୍ଯ୍ୟକର୍ତାମାନଙ୍କର ଶାରୀରିକ, ମାନସିକ, ବୌଦ୍ଧିକ ଏବଂ ରାଜନୈତିକ ବିକାଶ କରିବା ପାଇଁ ବିଭିନ୍ନ ସମୟରେ ଏଭଳି ପ୍ରଶିକ୍ଷଣ ଶିବିର ଆୟୋଜନ ହୋଇଥାଏ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି। ଆଜିର ବୈଠକରେ ସାଂସଦ ତଥା ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି. ସିଂହଦେଓ ଶ୍ରୀମତି ପ୍ରଭାତୀ ପରିଡା, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସମୀର ମହାନ୍ତି, ପୂର୍ବ ଭାରତ ପ୍ରଶିକ୍ଷଣ ସଂଯୋଜକ ପ୍ରଫେସର ଦିନେଶାନନ୍ଦ ଗୋସ୍ୱାମୀ, ରାଜ୍ୟ ସଂଯୋଜକ ତଥା ସାଂସଦ ଶ୍ରୀ ବଳଭଦ୍ର ମାଝୀ, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତିଙ୍କ ସମେତ ରାଜ୍ୟ ଓ ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତା ଯୋଗଦେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking