ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ହାଇସ୍କୁଲର ସହକାରୀ ଶିକ୍ଷକ ଅନୁରାଗ ଏକାଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଟାଣଖରାରେ ଜରଡା ଗାଁରେ ଘରକୁ ଘର ବୁଲି ଜନଗଣନା କରୁଥିବା ବେଳେ ହଠାତ ବେହୋସ ହୋଇ ତଳେ ପଡିଯାଇଥିଲେ . ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ସୁନ୍ଦରଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଗତ ୧୭ ତାରିଖରୁ ଅନୁରାଗ ଏକ ଜରଡା ଗାଁରେ ଗଣନା କରୁଥିଲେ । ଏନେଇ ଡାକ୍ତର କିମ୍ବା ତାଙ୍କ ପରିବାରର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।










