28.1 C
Bhubaneswar
Friday, April 24, 2026
Homeଓଡିଶାଗଜପତି ଜିଲ୍ଲାରେ ସରକାରୀ ସ୍କୁଲ ଲୁହାଗେଟ୍ ଭୁଶୁଡ଼ି ଦୁଇ ଛାତ୍ରୀଙ୍କ ମୃତ୍ୟୁ: ଘଟଣାରେ ନିଜଆଡ଼ୁ ମାମଲା...

ଗଜପତି ଜିଲ୍ଲାରେ ସରକାରୀ ସ୍କୁଲ ଲୁହାଗେଟ୍ ଭୁଶୁଡ଼ି ଦୁଇ ଛାତ୍ରୀଙ୍କ ମୃତ୍ୟୁ: ଘଟଣାରେ ନିଜଆଡ଼ୁ ମାମଲା ରୁଜ୍ଜୁ କଲେ ଏନ୍‌ଏଚ୍‌ଆରସି

ଦୁଇ ସପ୍ତାହ ମଧ୍ୟରେ ଏକ ସବିଶେଷ ରିପୋର୍ଟ ପ୍ରଦାନ ଲାଗି ଓଡ଼ିଶାର ମୁଖ୍ୟ ଶାସନ ସଚିବ ଏବଂ ଗଜପତି ପୋଲିସ ଅଧିକ୍ଷକଙ୍କୁ ନୋଟିସ୍ ଜାରି
ଓଡ଼ିଶାର ଗଜପତି ଜିଲ୍ଲାରେ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ଲୁହା ଗେଟ୍ ଭୁଶୁଡ଼ି ଦୁଇଜଣ ଛାତ୍ରୀ ଗୁରୁତର ଆହତ ହେବା ଓ ପରେ ମୃତ୍ୟୁବରଣ କରିଥିବା ସଂପର୍କିତ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପରେ ନିଜଆଡୁ ମାମଲା ରୁଜ୍ଜୁ କରିଛନ୍ତି ଭାରତର ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)। ରିପୋର୍ଟ ଅନୁଯାୟୀ, ଛାତ୍ରୀମାନେ ସ୍କୁଲ ପ୍ରବେଶ ଦ୍ୱାର ନିକଟରେ ଖେଳୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଆୟୋଗ ଉଲ୍ଲେଖ କରିଛନ୍ତି ଯେ ଯଦି ଏହି ରିପୋର୍ଟ ସତ, ତେବେ ଏହା ପୀଡିତାଙ୍କ ମାନବାଧିକାରର ଏକ ଗମ୍ଭୀର ଉଲ୍ଲଂଘନ। ତେଣୁ ଆୟୋଗ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଏବଂ ଗଜପତି ପୋଲିସ ଅଧିକ୍ଷକଙ୍କୁ ନୋଟିସ୍ ଜାରି କରି ଦୁଇ ସପ୍ତାହ ମଧ୍ୟରେ ଏହି ବିଷୟରେ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ୧୬ ଏପ୍ରିଲ୍ ୨୦୨୬ରେ ପ୍ରକାଶିତ ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଛାତ୍ରମାନେ ଭଙ୍ଗା ଲୁହା ଫାଟକ ତଳେ ଚାପି ହୋଇଯାଇଥିଲେ। ସେମାନଙ୍କୁ ଗୁରୁତର ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ ନିକଟସ୍ଥ ଏକ ହସ୍ପିଟାଲକୁ ସ୍ଥାନାନ୍ତରୀତ କରିଥିଲେ, କିନ୍ତୁ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking