ଭୁବନେଶ୍ଵର: ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ଦ୍ଵାରା ଅଣା ଯାଇଥିବା ଆଭାସୀ କ୍ଳାସରୁମ ପ୍ରକଳ୍ପ ଟେଣ୍ଡର ଦୁର୍ନୀତି ଘଟଣାର ଅଭିଯୋଗ ଉପରେ ସ୍ପଷ୍ଠୀକରଣ ରଖିବା ସହ ଓଡିଶା କମ୍ପୁଟର ଆପ୍ଲିକେସନ ସେଣ୍ଟର (ଓକାକ)କୁ ଆକ୍ସନ ଟେକେନ ରିପୋର୍ଟ ମାଗିଲେ ମାନ୍ୟବର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ । ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ରେ ମାନ୍ୟବର ମନ୍ତ୍ରୀ କହିଛନ୍ତି ଯେ, “ଏହି ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ କାରଣ , ଓଡିଶା କମ୍ପୁଟର ଆପ୍ଲିକେସନ ସେଣ୍ଟର (ଓକାକ) ଏକ ସ୍ଵୟାଂଶାସିତ ଅନୁଷ୍ଠାନ ” । ଏହା ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟ ୧୮୬୦ ଅନୁସାରେ ଗଠିତ ଯେଉଁଥିରେ ଚେୟାରମ୍ୟାନ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ସଚିବ ଅଛନ୍ତି । ମାନ୍ୟବର ମନ୍ତ୍ରୀ ଯେବେ ଆଭାସୀ କ୍ଳାସରୁମ ପ୍ରକଳ୍ପ ଟେଣ୍ଡର ଦୁର୍ନୀତି ଘଟଣା ବିଷୟରେ ଜାଣିଲେ ୭ ଦିନ ଭିତରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଆକ୍ସନ ଟେକେନ ରିପୋର୍ଟ ଦାଖଲ ପାଇଁ ନିର୍ଦେଶ ଦେଇଛନ୍ତି । ମାନ୍ୟବର ମନ୍ତ୍ରୀ କହିଛନ୍ତି ଯେ, ବିଭିନ୍ନ ବିଭାଗର ଆଇ.ଟି. ସମ୍ବର୍ଦ୍ଧିତ କାମ ଓକାକ ଦ୍ଵାରା ସମ୍ପାଦିତ ହେଉଥାଏ । ଏଥିରେ ହେଉଥିବା କାମ ଓକାକ ଚେୟାରମ୍ୟାନ ଦ୍ଵାରା ସିଧାସଳଖ ଅନୁମୋଦନ ହୋଇଥାଏ । ସେ କହିଛନ୍ତି ଯେ ଆମ ସରକାର ଦୁର୍ନୀତି କୁ ପ୍ରଶୟ ଦିଏ ନାହି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଏହି ସଂସ୍ଥା ରେ କିପରି ସୁଧାର ଅଣାଯାଇ ହେବ ସେ ବିଷୟରେ ଆଲୋଚନା କରିବେ । ଏଥିରେ ଯେଉଁ ମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧ ରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।










