ଭୁବନେଶ୍ୱର: ପ୍ରବଳ ଖରାରେ ସନ୍ତୁଳି ହେଉଛି ଓଡିଶା । ଗରମ ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଥିବା ବେଳେ ରବିବାର ମଧ୍ୟ ଅଧା ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଆଗାମୀ ସପ୍ତାହେ ଯାଏଁ ଏହିଭଳି ସ୍ଥିତି ଲାଗି ରହିବ ଓ ତାତିରୁ ନିସ୍ତାର ମିଳିବ ନାହିଁ । ବିଶେଶକରି ପଶ୍ଚିମ ଓଡିଶାର ଝାରସୁଗୁଡା , ଟିଟିଲାଗଡ, ନୂଆପଡା, ବଲାଙ୍ଗୀର ଓ ଭବାନୀପାଟଣା ଅଧିକ ପ୍ରଭାବିତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗର ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪ଟି ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ଓ ଏହାଠାରୁ ଅଧିକ ରହିଥିଲା । ସର୍ବାଧିକ ତାପମାତ୍ରା ୪୩.୩ ଡିଗ୍ରୀ ସହ ଝାରସୁଗୁଡା ସବୁଠାରୁ ଉତ୍ତପ୍ର ସହ ପାଲଟିଥିଲା । ଅପରପକ୍ଷେ ରାଜ୍ୟର କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ଘଡଘଡି ସାଙ୍ଗକୁ ପବନ ବହିବା ନେଇ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ଗଞ୍ଜାମ , ଗଜପତି, କୋରାପୁଟରେ ୩୦ରୁ ୪୦ କିମି ବେଗରେ ପବନ ବହିବା ନେଇ ଆକଳନ କରାଯାଇଛି ।










