ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଶ୍ରୀ ସୁଦାମ ମାରାଣ୍ଡିଙ୍କ ନେତୃତ୍ୱରେ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ହରତାଳ ପାଳନ ସଫଳ ହୋଇଛି । ବିଷାକ୍ତ ଖାଦ୍ୟ ଖାଇ ଜଣେ ଆଦିବାସୀ ଛାତ୍ରୀଙ୍କ ମୃତୁ୍ୟ ଓ ୧୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଅସୁସ୍ଥତାକୁ ନେଇ ଏହି ହରତାଳ ପାଳନ କରାଯାଇଥିଲା । ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦାୟୀ ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଭବିଷ୍ୟତରେ ଏପରି ଦୁଃଖଦ ଘଟଣା ପୁନରାବୃତ୍ତି ନ ହେବା ପାଇଁ ତୁରନ୍ତ ପଦକ୍ଷେପ ନେବା ଏବଂ ମୃତକଙ୍କ ପରିବାରବର୍ଗର ଜଣେ ସଦସ୍ୟଙ୍କୁ ସ୍ଥାୟୀ ସରକାରୀ ନିଯୁକ୍ତି ଦେବା ସହ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ଦାବି କରାଯାଇଥିଲା । ଏହି ହରତାଳକୁ ସମଗ୍ର ଜିଲ୍ଲାର ସାଧାରଣ ଲୋକଙ୍କ ପକ୍ଷରୁ ବ୍ୟାପକ ସମର୍ଥନ ମିଳିଥିଲା । ଜିଲ୍ଲାର ସମସ୍ତ ୯ଟି ବିଧାନସଭା ନିର୍ବାଚନମଣ୍ଡଳୀ ଯଥା: ମୋରଡା, ବାଙ୍ଗିରିପୋଷି, ବଡ଼ସାହି, ଉଦଳା, ସାରସକଣା, ରାଇରଙ୍ଗପୁର, କାଶିପୁର ଓ କରଞ୍ଜିଆରେ ଏହି ହରତାଳ ସଫଳ ହୋଇଥିଲା । ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ଯାନବାହାନ ଚଳାଚଳ ସ୍ୱଇଚ୍ଛାରେ ବନ୍ଦ ରହିଥିଲା, ଯାହା ଲୋକମାନଙ୍କ ଦୃଢ଼ ସମର୍ଥନକୁ ପ୍ରକାଶ କରିଥିଲା । ପ୍ରତିବାଦ ସମୟରେ ସାଧାରଣ ଲୋକ ଏହି ଘଟଣାକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିବା ସହିତ, ଆଦିବାସୀ ଶ୍ରେଣୀଙ୍କ ସୁରକ୍ଷା ପାଇଁ ଶକ୍ତ ପ୍ରଶାସନିକ ନିରୀକ୍ଷଣର ଆବଶ୍ୟକତା ଉଲ୍ଲେଖ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ସୁଦାମ ମାରାଣ୍ଡି, ଶ୍ରୀ ସାନନ୍ଦ ମାରାଣ୍ଡି, ଡ଼ ପ୍ରିୟବ୍ରତ ମାଝୀ, ଶ୍ରୀ ରାଜକିଶୋର ଦାସ, ଡ଼ ଦେବାଶିଷ ମାରାଣ୍ଡି, ଶ୍ରୀ ଗଣେଶ୍ୱର ପାତ୍ର, ଶ୍ରୀମତୀ ଭାରତୀ ହାଁସଦା, ଶ୍ରୀମତୀ ପ୍ରୀତିନନ୍ଦା କାନୁନ୍ଗୋ, ଶ୍ରୀମତୀ ବାସନ୍ତୀ ହେମ୍ୱ୍ରମ, ଶ୍ରୀ ରାଇସେନ ମୁର୍ମୁ, ଶ୍ରୀ କୃଷ୍ଣାନନ୍ଦ ମହାନ୍ତି, ଶ୍ରୀ ସୁବ୍ରମଣ୍ୟମ ମହାନ୍ତି, ଶ୍ରୀ ଚକ୍ରଧର ହେମ୍ୱ୍ରମ, ଶ୍ରୀ ଶ୍ରୀନାଥ ସୋରେନ, ଶ୍ରୀ ଗଙ୍ଗାଧର ହେମ୍ୱ୍ରମ, ଶ୍ରୀ ସୁଧନ୍ୟା ନାୟକ, ଶ୍ରୀ ସୁନୀଲ ନାୟକ, ଶ୍ରୀମତୀ ପୁଷ୍ପଲତା ମାରାଣ୍ଡି, ଶ୍ରୀ ଜିତେନ୍ଦ୍ର ମହାନ୍ତି, ଶ୍ରୀ ଦେବାଶିଷ ମହାନ୍ତି, ଶ୍ରୀ ଅଭିଷେକ ପଟ୍ଟନାୟକ, ଶ୍ରୀମତୀ ତନୁଜା ମହାନ୍ତଙ୍କ ସହିତ ସମସ୍ତ ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲା କାର୍ଯ୍ୟକର୍ତ୍ତାମାନେ ସକ୍ରିୟ ଭାଗ ନେଇଥିଲେ ।









