27.9 C
Bhubaneswar
Friday, April 17, 2026
Homeଓଡିଶାସ୍କୁଲ ପାଚେରୀ ପଡ଼ି ଦୁଇ ଜଣ ଛାତ୍ରୀଙ୍କ ମୃତ୍ୟୁ ଘଟଣା : ପ୍ରଧାନ ଶିକ୍ଷକ ନିଲମ୍ବିତ

ସ୍କୁଲ ପାଚେରୀ ପଡ଼ି ଦୁଇ ଜଣ ଛାତ୍ରୀଙ୍କ ମୃତ୍ୟୁ ଘଟଣା : ପ୍ରଧାନ ଶିକ୍ଷକ ନିଲମ୍ବିତ

ଗଜପତି: ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ରୁବୁଡିସିଂ ସ୍କୁଲ ପାଚେରୀ ପଡ଼ି ଦୁଇ ଜଣ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଏହି ଘଟଣାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ବେତ ରାଇକାଙ୍କୁ ନିଲମ୍ବିତ କରାଯାଇଛି l ଏଥିସହ ବିଦ୍ୟାଳୟ କୋଠା କାମ କରୁଥିବା ଠିକାଦାର ପ୍ରମିଳା ପୂଜାରୀଙ୍କ ନାଁରେ ମାମଲା ରୁଜୁ ହୋଇଛି lଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ରଙ୍କ ସମୀକ୍ଷା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଏହାସହ ୭ ଦିନ ମଧ୍ୟରେ ଜିଲ୍ଲା ସ୍ତରୀୟ ଅଧିକାରୀ ସମ୍ପୃକ୍ତ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଶିଶୁ ସୁରକ୍ଷା ଆୟୋଗ ଅଧକ୍ଷା । ଗତ ବୁଧବାର ନୂଆଗଡ ବ୍ଲକ ରୁବୁଡିସିଂ ପ୍ରାଥମିକ ବିଦ୍ୟାଳୟରେ ଖେଳୁଥିବା ବେଳେ ପାଚେରୀ ଭୁଶୁଡି ଦୁଇ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାର ଆରଡିସି ସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking