ନୂଆଦିଲ୍ଲୀ: ରବିବାର ରାତିରେ ଗୁଜୁରାଟ ରାଜପଥରେ ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେବାରୁ ଛଅ ଜଣ ତୀର୍ଥ ଯାତ୍ରୀଙ୍କ ସମେତ ସାତ ଜଣଙ୍କର ମୃତ୍ୟୁ ହୋଇଛି । ଯାତ୍ରୀମାନେ ତୀର୍ଥ କରିବାକୁ ରାଜକୋଟର ଗଡକା ଗ୍ରାମରୁ ଡେକାୱାଲର ଏକ ମନ୍ଦିରକୁ ଯାଉଥିଲେ । ସୁରେନ୍ଦ୍ରନଗରର ଭାସ୍କରପାରା ନିକଟ ଲଖତାର- ଭିରାଗାମ ରାଜପଥରେ ଯାଉଥିବା ସମୟରେ ଏହି ଅଘଟଣ ଘଟିଛି । ତାର୍ଥଯାତ୍ରୀମାନେ ଟାୟାର ପରିବର୍ତ୍ତନ ପାଇଁ ରାସ୍ତା କଡରେ ଠିଆ ହୋଇଥିବା ଏକ ଡମ୍ପରକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଥିଲେ । ସେହି ସମୟରେ ଟ୍ରକଟି ପଛରୁ ପ୍ରାୟ ଦଶ ଜଣଙ୍କୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋର ଥିଲା ଯେ, ଘଟଣାସ୍ଥଳରେ ୬ ଜଣ ତୀର୍ଥ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ପଥଚାରୀମାନେ ପୋଲିସକୁ ଦୁର୍ଘଟଣା ବିଷୟରେ ସୂଚନା ଦେଇଥିଲେ । ଡମ୍ପର ଡ୍ରାଇଭର, ଯିଏ ଟ୍ରକ ଦ୍ୱାରା ଧକ୍କା ପାଇଥିଲେ, ଭିରାମଗାମର ଏକ ହସ୍ପିଟାଲରେ ଚିକିତ୍ସା ସମୟରେ ମୃତ୍ୟୁବରଣ କରିଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲା ।










