ନୂଆଦିଲ୍ଲୀ : କହିଥଲେ ମୁଁ ହେଉଛି ଅମନ ସିଂହ, ଖୋଜୁ ଖୋଜୁ ବାହାରିଲେ ଅଲ୍ଲୀ ଶେଖ୍ । ଯୁବତୀଙ୍କୁ ମିଛ ପରିଚୟ ଦେଇ ଆଠବର୍ଷ ତଳେ ରଖିଥିଲେ ସମ୍ପର୍କ । ବିବାହ କରିବାକୁ କହିବାରୁ ହୋଇନଥିଲେ ରାଜି । ଏବେ କହୁଛନ୍ତି ଭାଇରାଲ କରିଦେବି ପୁରୁଣା ଭିଡିଓ । ଲକ୍ଷ୍ନୌର ଗାଜିପୁର ଅଞ୍ଚଳରୁ ଆସିଛି ଏଭଳି ଏକ ଅଭିଯୋଗ । ଏନେଇ ଗାଜିପୁର ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଥିବାବେଳେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି । ପୀଡ଼ିତା ଜଣକ କହିଛନ୍ତି କି, ୮ ବର୍ଷ ପୂର୍ବେ ସେ ଯୁବକଙ୍କ ସହ ପ୍ରଥମେ ଭେଟ ହୋଇଥିଲେ । ଯୁବକ ଜଣକ ତାଙ୍କ ନାମ ଅମନ ସିଂହ ବୋଲି କହିଥିଲେ । ମୋ ଫୋନ୍ ନମ୍ବର ସେ ରଖିଥିଲେ । ମୋ ସହ କଥା ହେବା ଆରମ୍ଭ କରିଥିଲେ । ଆମର ଭିତରେ ପ୍ରଥମେ ବନ୍ଧୁତା ହୋଇଥିଲା । ପରେ ବନ୍ଧୁତାରୁ ପ୍ରେମ ହୋଇଥିଲା । ମୋତେ ମିଛ ପ୍ରତିଶୃତି ଦେଇ ମୋ ସହ ଖରାପ ସମ୍ପର୍କ ରଖିଥିଲା । ମାତ୍ର ଯେତେବେଳେ ବିବାହ କରିବା ପାଇଁ କହିଥିଲି ରାଜି ହୋଇନଥିଲା । ଆଉ ସତ ଜାଣିବା ପରେ ପାଦତଳୁ ମାଟି ଖସିଯାଇଥିଲା । ମୋତେ ଅମନ ସିଂହ ବୋଲି ନିଜର ନାମ କହିଥିଲେ । ମାତ୍ର ବାସ୍ତବରେ ତାଙ୍କ ନାମ ଥିଲା ଅଲ୍ଲୀ ଶେଖ୍ । ସେ ଅଲଗା ଧର୍ମର ରହିଥିବାବେଳେ ଧୋକା ଦେଇଛନ୍ତ । ଏମିତିକି ମୋ ସହ ରଖିଥିବା ଖରାପ ସମ୍ପର୍କର ଭିଡିଓ ଭାଇରାଲ କରାଇ ଦେବାକୁ ଧମକ ଦେଉଛି । ସେପଟେ ପୁଲିସ ଏକ ମାମଲା ରୁଜୁ କରିଥିବାବେଳେ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।










