ଭୁବନେଶ୍ୱର : ବୁଥ୍ ଲେଭେଲ୍ ଅଫିସର୍ BLOମାନଙ୍କ ବଦଳି ଉପରେ ଅସ୍ଥାୟୀ ଭାବେ ଅଙ୍କୁଶ ଲଗାଯାଇଛି। ଏନେଇ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ DEO ଓ ବ୍ଲକ୍ ଶିକ୍ଷା ଅଧିକାରୀ BEOଙ୍କୁ ଜରୁରୀ ନିର୍ଦ୍ଦେଶ ଜାରି ହୋଇଛି। ସାଧାରଣତଃ ଶିକ୍ଷକ ମାନେ BLO ଭାବେ ନିଯୁକ୍ତି ପାଇଥାନ୍ତି। ଏଣୁ ଶିକ୍ଷକଙ୍କ ବଦଳି ଉପରେ ଏକ ପ୍ରକାର ରୋକ୍ ଲାଗିଛି। ଏହି ନିର୍ଦ୍ଦେଶାନୁସାରେ, ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ଚାଲିଥିବା SIR କାର୍ଯ୍ୟ ସମାପ୍ତି ପର୍ଯ୍ୟନ୍ତ କୌଣସି ବିଏଲଓଙ୍କୁ ବଦଳି କରିବାକୁ ମନା କରାଯାଇଛି। ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ବିଏଲଓମାନେ ମୁଖ୍ୟ ଭୂମିକା ରହିଛି। ସେମାନଙ୍କର ବଦଳି ଏହି କାର୍ଯ୍ୟକୁ ପ୍ରଭାବିତ କରିବା ଆଶଙ୍କା ଥିବା ଯୋଗୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।










