27.9 C
Bhubaneswar
Saturday, April 11, 2026
Homeଦେଶ ବିଦେଶମୋଜତାବ ଖାମନେଇ ଗୁରୁତର ଆହତ

ମୋଜତାବ ଖାମନେଇ ଗୁରୁତର ଆହତ

ନୂଆଦିଲ୍ଲୀ : ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତବା ଖେମିନିଙ୍କୁ ନେଇ ନୂଆ ନୂଆ ଦାବି ହେବାରେ ଲାଗିଛି । ନ୍ୟୁଜ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ, ଆମେରିକା ଓ ଇସ୍ରାଏଲର ବିମାନ ଆକ୍ରମଣରେ ମୋଜତବା ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଥିଲେ । ଏଥିରେ ତାଙ୍କର ମୁହଁ ଓ ଗୋଡ଼ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ସେ ଗୋଟିଏ କିମ୍ବା ଦୁଇଟି ଗୋଡ଼ ହରାଇ ଥାଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏହାସହିତ ମୁହଁ ବିକୃତ ହୋଇଯାଇଛି । ମୋଜତବାଙ୍କ ଘନିଷ୍ଠ ଥିବା ତିନିଜଣଙ୍କ ସୂତ୍ରରୁ ରଏଟର୍ସ ଏହା ପ୍ରକାଶ କରିଛି ।ଶନିବାର ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ସହିତ ଉଚ୍ଚସ୍ତରୀୟ ଶାନ୍ତି ଆଲୋଚନା ଆରମ୍ଭ ହେବା ସହିତ ମୋଜତବାଙ୍କ ସ୍ୱାସ୍ଥ୍ୟ ନେଇ ପ୍ରଶ୍ନ ଉଠିଛି। ମୋଜତବା କେଉଁଠି ଅଛନ୍ତି, ତାଙ୍କ ଅବସ୍ଥା କିପରି ଅଛି ଓ ତାଙ୍କ ଶାସନ କରିବାର କ୍ଷମତା ଏବେବି ଜନସାଧାରଣଙ୍କ ପାଇଁ ରହସ୍ୟ ହୋଇ ରହିଛି। ଯୁଦ୍ଧ ଆରମ୍ଭ ପରଠାରୁ ମୋଜତବାଙ୍କର କୌଣସି ଫଟୋ, ଭିଡିଓ କିମ୍ବା ଅଡିଓ ରେକର୍ଡ଼ ପ୍ରକାଶ ପାଇନାହିଁ। କିନ୍ତୁ ମାର୍ଚ୍ଚ ୮ରେ ମୋଜତବାଙ୍କୁ ତାଙ୍କ ବାପାଙ୍କ ସ୍ଥାନରେ ସର୍ବୋଚ୍ଚ ନେତା ଘୋଷଣା କରାଯାଇଥିଲା। କିନ୍ତୁ ଖେମେନିଙ୍କ ଘନିଷ୍ଠ ଲୋକଙ୍କର ଏହି ବୟାନ ଇତିମଧ୍ୟରେ ସବୁଠୁ ବିସ୍ତୃତ ବର୍ଣ୍ଣନା ହୋଇଥିଲେ ମଧ୍ୟ ରଏଟର୍ସ ସ୍ୱାଧୀନ ଭାବରେ ଏହାର ଯାଞ୍ଚ କରିପାରି ନାହିଁ। ଇରାନର ଜାତିସଂଘ ମିଶନ ମଧ୍ୟ ମୋଜତବାଙ୍କ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରିନାହିଁ । ଇରାନ ପକ୍ଷରୁ ମଧ୍ୟ ମୋଜତବାଙ୍କ ସ୍ଥିତି ନେଇ ସବିଶେଷ ତଥ୍ୟ ପ୍ରଦାନ କରାଯାଇନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking