ଢେଙ୍କାନାଳ: ଢେଙ୍କାନାଳରେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ। ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ପିଟିଲା ଆମ୍ବୁଲାନ୍ସ। ଟ୍ରକ ପଛକୁ ପିଟିବା ପରେ ଚୁରମାର ହେଲା ଆମ୍ବୁଲାନ୍ସ। ଆମ୍ବୁଲାନ୍ସର ଜଣେ ଆଟେଣ୍ଡାଣ୍ଟ ମୃତ, ଡ୍ରାଇଭର ଗୁରୁତର। ଢେଙ୍କାନାଳ ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳ ନିକଟରେ ଘଟିଛି ଏହି ଦୁର୍ଘଟଣା। ଭୁବନେଶ୍ୱରରେ ରୋଗୀ ଛାଡ଼ି ଅନୁଗୁଳ ଫେରୁଥିଲା ଆମ୍ବୁଲାନ୍ସ । ଏହି ସମୟରେ ଟ୍ରକଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ଆମ୍ବୁଲାନ୍ସ ଟି ପଛପଟୁ ଧକ୍କା ଦେଇଥିଲା। ମୃତକ ଜଣକ ହେଉଛନ୍ତି ଅନୁଗୁଳ ଜିଲ୍ଲା ବନବାସପୁର ଅଞ୍ଚଳର ଗୁଣନିଧି ଜ୍ୟୋତିଷ । ମୋଟଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।










