ଭୁବନେଶ୍ୱର: ଆସନ୍ତା ୧୭ରେ ଏକାଠି ହେବେ ବିଜୁପ୍ରେମୀ । ବିଜୁ ପଟ୍ଟନାୟକଙ୍କର ତିରୋଧାନ ଦିବସ ଦିନ ବଡ ସମ୍ମିଳନୀ କରିବେ ବିଜୁ ଲିଗାସୀ ନେତା । ଏଥିପାଇଁ ଜାଗା ଦେଖିବା ପାଇଁ ଓୟୁଏଟି ସମ୍ମିଳନୀ କକ୍ଷରେ ପହଞ୍ଚିଛନ୍ତି, ବରିଷ୍ଠ ନେତାଗଣ । ବିଜୟ ମହାପାତ୍ର, ପ୍ରଭାତ ତ୍ରିପାଠୀ, ସୋମ୍ୟ ରଞ୍ଜନ ପଟ୍ଟନାୟକ , ରବି ପାଣିଙ୍କ ଭଳି ଅନେତ ନେତା ଓୟୁଏଟି ସମ୍ମିଳନୀ କକ୍ଷ ସ୍ଥାନ ପରିଦର୍ଶନ କରିଛନ୍ତି । ଏହି ଦିନ ଓଡିଶା ନାଗରିକ ମଞ୍ଚ ଓଡିଶାର ସ୍ୱାର୍ଥ ଓ ସ୍ୱାଭିମାନକୁ ସୁରକ୍ଷିତ ରଖିବାକୁ ମଞ୍ଚ ଗଠନ ହେବ । ସେହିପରି ନବୀନଙ୍କୁ କଟାକ୍ଷ କରି ସୋମ୍ୟ ରଞ୍ଜନ କହିଛନ୍ତି, ଯେ ପୁଅମାନେ କେବଳ ଲିଗାସୀ ହେବେ । ଆଉ କେହି ହୋଇପାରିବେ ନାହିଁ । ଆମେ କାହିଁକି ବିଜୁ ଲିଗାସୀକୁ ଚୋରି କରିବାକୁ ଉଦ୍ୟମ କରିବୁ । ଲିଗାସୀ କାହାର କଣ ଜାଗୀଦାରି କି ବୋଲି ପ୍ରଶ୍ନ କରିଛନ୍ତି ସୋମ୍ୟ ପଟ୍ଟନାୟକ ।










