ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି । ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟସରକାରଙ୍କର ପ୍ରସ୍ତୁତି । ଆସନ ସଂରକ୍ଷଣ ପାଇଁ ଜିଲ୍ଲାପାଳମାନଙ୍କୁ ପଞ୍ଚାୟତିରାଜ ବିଭାଗର ଚିଠି । ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ୟଙ୍କ ପାଇଁ ଆସନ ସଂରକ୍ଷଣ ନିର୍ଦ୍ଦେଶ । ଜିଲ୍ଲାପରିଷଦ ସଦସ୍ୟଙ୍କ ପାଇଁ ମଧ୍ୟ ସିଟ ସଂରକ୍ଷଣ ସ୍ଥିର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପ୍ରିଲ ୨୦୨୬ ସୁଦ୍ଧା ନିର୍ବାଚନ କମିଶନଙ୍କୁ ଚୂଡାନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି । ବିଜ୍ଞପ୍ତିର ଅଭିଯୋଗ ଥିଲେ ଏପ୍ରିଲ ୧୭ ସୁଦ୍ଧା ସେମାନେ ଅଭିଯୋଗ ଆବେଦନ କରିବେ । ଯଦି ଅଭିଯୋଗ ଆସେ ୨୪ ଏପ୍ରିଲ ଭିତରେ ଏହାର ସମାଧାନ ବା ଶୁଣାଣି କରାଯିବ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ୧୩ରେ ଚିଠା ବିଜ୍ଞପ୍ତି ଏବଂ ୨୯ରେ ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ । ପୂର୍ବ ନିର୍ବାଚନ ସଂରକ୍ଷଣ ନୀତି ଅନୁସାରେ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ, ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଯାଏଁ ସଂରକ୍ଷଣ ରହିବ । ମହିଳାଙ୍କ ପାଇଁ ସଂରକ୍ଷଣ ରହିବ ୫୦ ପ୍ରତିଶତ ସିଟ୍ ।










