36.9 C
Bhubaneswar
Friday, April 10, 2026
Homeଓଡିଶାରତ୍ନଭଣ୍ଡାର ଗଣତିର ତୃତୀୟ ଦିନ

ରତ୍ନଭଣ୍ଡାର ଗଣତିର ତୃତୀୟ ଦିନ

ପୁରୀ: ରତ୍ନଭଣ୍ଡାରର ଦ୍ୱିତୀୟ ପର୍ଯ୍ୟାୟ ଗଣତି । ଆଜି ହେଉଛି ଗଣତିର ତୃତୀୟ ଦିନ । ରତ୍ନ ଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଉପସ୍ଥିତିରେ ଗଣତି କରାଯାଉଛି । ୮ ତାରିଖରୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଗଣତି । ୧୧ ତାରିଖ ଯାଏଁ ଏହା ଚାଲିବ । ତେବେ ୧୨ ତାରିଖ ଗଣତି ବନ୍ଦ ରହିବ । ଏହା ପରେ ପୁଣି ୧୩ ତାରିଖ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଗଣତି କରାଯିବ । ବାହାର ଭଣ୍ଡାରରେ ବିଶେଷ କରି ସୁନାବେଶ ରାଜା ରାଜେଶ୍ୱରୀ ବେଶରେ ବିଭୂଷିତ ହେଉଥିବା ସୁବର୍ଣ୍ଣ ଅଳଙ୍କାର ବାହାର ଭଣ୍ଡାରରେ ରଖାଯାଇଛି । ତେଣୁ ଏହାର ଗଣତି ଅଧିକ ଦିନ ଚାଲିପାରେ । ଗଣତି ଅଳଙ୍କାରର ୩ଡି ମ୍ୟାପିଂ , ଫଟୋଗ୍ରାଫି, ଭିଡିଓଗ୍ରାଫି କରାଯିବ । ପରେ ମଣତି ଭଣ୍ଡାର ମେକାପଙ୍କୁ ଏହଆ ଦିଆଯିବ । ଗଣତି ପାଇଁ ଭିତର କାଠ ଦର୍ଶନରୁ ବନ୍ଦ ରହିଛି । ବାହାର କାଠ ନିକଟରୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking