25.1 C
Bhubaneswar
Sunday, April 5, 2026
Homeଓଡିଶାତାଣ୍ଡବ ରଚୁଛି କାଳବୈଶାଖୀ, ବର୍ଷା ଓ ପବନରେ ଭାଙ୍ଗିଛି ଦୋକାନ ଘର ଓ ବଡ଼ ବଡ଼...

ତାଣ୍ଡବ ରଚୁଛି କାଳବୈଶାଖୀ, ବର୍ଷା ଓ ପବନରେ ଭାଙ୍ଗିଛି ଦୋକାନ ଘର ଓ ବଡ଼ ବଡ଼ ଗଛ

ଭଦ୍ରକ : ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ କାଳବୈଶାଖୀ ତାଣ୍ଡବ। ୧୫ ଘଣ୍ଟା ହେଲାଣି ଅନ୍ଧାରରେ ଆରଡି ସମେତ ୧୫ ଗାଁ । ବର୍ଷା ଓ ପବନରେ ଦୋକାନ ଘର ଭାଙ୍ଗିଛି । ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତାରେ ପଡିଛି । ବିଦ୍ୟୁତ ଖୁଣ୍ଟ ଭାଙ୍ଗିପଡିବାରୁ ବିଦ୍ୟୁତ ସରବରାହ ବନ୍ଦ ରହିଛି । ଫଳରେ ଅନ୍ଧାରରେ ରହିଛନ୍ତି ଗାଁଲୋକ । ସୂଚନାଯୋଗ୍ୟ, କିଛି ଦିନ ତଳେ ବାରିପଦାରେ ହୋଇଥିଲା କାଳବୈଶାଖୀର ତାଣ୍ଡବ । ପ୍ରବଳ ବର୍ଷା ଓ ପବନରେ ଦୁଇ ମୃତ ଓ ୩ ଆହତ ହୋଇଥିଲେ । ଆହତଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା । ରାତି ବେଳକୁ ପ୍ରବଳ ବର୍ଷା ଓ ଘଡଘଡି ହୋଇଥିଲା । ଏହି ସମୟରେ ଗଛ ପଡିଯିବାରୁ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ମୃତକ ହେଲେ ବାମଦାଶ ହାଁସଦା । ସେ ବାରିପଦାରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରନ୍ତି। ସେହିପରି ଖୁଣ୍ଟା ରାସ୍ତାର କଲେଜ ଛକ ନିକଟରେ ଗଛରେ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ମୃତକ ହେଲେ ନଗେନ ମୁର୍ମୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking