29.4 C
Bhubaneswar
Monday, May 25, 2026
Homeଓଡିଶାଯଲିଉଡରେ ପାଦ ଥାପିବେ ବଲିଉଡର ଦୁର୍ଯ୍ୟୋଧନ

ଯଲିଉଡରେ ପାଦ ଥାପିବେ ବଲିଉଡର ଦୁର୍ଯ୍ୟୋଧନ

ଭୁବନେଶ୍ୱର: ଯାତ୍ରାକୁ ନେଇ ଆଜି ଏକ ବଡ ସୂଚନା ଦେଇଛନ୍ତି ରାଣୀ ପଣ୍ଡା। ସେ କହିଛନ୍ତି ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା ମଞ୍ଚରେ ଅଭିନୟ କରିବେ। ସେହି ସୁପରଷ୍ଟାର ଆଉ କେହି ନୁହନ୍ତି ସେ ହେଉଛନ୍ତି ପୁନିତ୍‌ ଇସର। ଯିଏ କି ମହାଭାରତରେ ଦୁର୍ଯ୍ୟୋଧନ ଭୂମିକାରେ ଅଭିନୟ କରି ଘରେ ଘରେ ବେଶ୍‌ ପରିଚିତି ଲାଭ କରିଛନ୍ତି। ସେ ଅନେକ ସିନେମାରେ ମଧ୍ୟ ଅଭିନୟ କରିସାରିଛନ୍ତି। ଏଥର ଆପଣ ମାନେ ତାଙ୍କୁ ମୋ’ ଯାତ୍ରା ମଞ୍ଚ ‘ନାଟ୍ୟମଣ୍ଡପ’ରେ ଦେଖିବାର ସୁଯୋଗ ପାଇବେ। ଆପଣମାନେ ତାଙ୍କୁ ଆଶୀର୍ବାଦ କରନ୍ତୁ, ସେ ନିଶ୍ଚିତ ଯାତ୍ରାରେ ବି ଭଲ ଅଭିନୟ କରିବେ ବୋଲି ମୋର ଆଶା ବୋଲି ରାଣୀ କହିଛନ୍ତି। ସେପଟେ ପୁନିତ ମଧ୍ୟ ଓଡ଼ିଶାବାସୀଙ୍କୁ କହିଛନ୍ତି, ଡେଞ୍ଜର ଦୁର୍ଯ୍ୟୋଧନ ଆପଣଙ୍କ ସାମ୍ନାକୁ ଖୁବ୍‌ଶୀଘ୍ର ଆସୁଛି। ଆପଣମାନେ ମୋତେ ନିଶ୍ଚିତ ଆଶୀର୍ବାଦ କରିବେ। ପୂର୍ବରୁ ଅର୍ଦ୍ଧେନ୍ଦୁ ସାହୁଙ୍କ ଓଡ଼ିଆ ଫିଲ୍ମ ‘ଚ୍ୟାଲେଞ୍ଜ’ରେ ମଧ୍ୟ ପୁନିତ୍‌ ଅଭିନୟ କରିସାରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking