29.1 C
Bhubaneswar
Friday, April 3, 2026
Homeଅପରାଧପ୍ରେମିକା ସହ ହୋଟେଲ୍‌ ରୁମ୍‌ରେ ଥିବାବେଳେ ଧରାପଡ଼ିଥିଲା ରାଜା

ପ୍ରେମିକା ସହ ହୋଟେଲ୍‌ ରୁମ୍‌ରେ ଥିବାବେଳେ ଧରାପଡ଼ିଥିଲା ରାଜା

କଟକ: ଚୌଦ୍ୱାର ଜେଲ୍‌ରୁ ଫେରାର୍ ହେବାର ଦୀର୍ଘ ୬ ମାସ ପରେ କଟକ ପୁଲିସ ହାତରେ ଧରାପଡ଼ିଛି ବିହାରର ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀ । ରାଜାର ସହଯୋଗୀ ମଧୁକାନ୍ତ ରାଣା ଧରାପଡ଼ିବାର ପ୍ରାୟ ଦେଢ଼ ମାସ ପରେ ରାଜାକୁ ପୁଲିସ ଗିରଫ କରିଛି । ଉତ୍ତରାଖଣ୍ଡର ରିଷିକେଶରେ ପ୍ରେମିକା ସହ ଥିବାବେଳେ ରାଜାକୁ ଚତୁରତାର ସହ ଗିରଫ କରାଯାଇଛି । ରିଷିକେଶ କୋର୍ଟରେ ହାଜର କରି ଟ୍ରାନ୍‌ଜିଟ୍ ରିମାଣ୍ଡ୍‌ରେ ଓଡ଼ିଶା ଅଣାଯାଇଛି । ତାକୁ କଟକ କୋର୍ଟରେ ହାଜର କରାଯିବ । ରାଜାର ଗିରଫଦାରୀ ପାଇଁ ଡିଜି ଯୋଗେଶ ବାହାଦୂର ଖୁରାନିଆ କଟକ ପୁଲିସକୁ ଧନ୍ୟବାଦ ଦେଇଛନ୍ତି । ରାଜାର ଗିରଫଦାରୀ ସଂପର୍କରେ ପୁଲିସ କମିସନର ଏସ୍ ଦେବଦତ୍ତ ସିଂହ ଓ ଡିସିପି ଖିଲାରୀ ରିଷିକେଶ ଦ୍ୟାନ୍ଦେଓ ଗଣମାଧ୍ୟମକୁ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି ।

ଚୌଦ୍ୱାର୍ ଜେଲରୁ ରାଜା ସହ ଫେରାର ହୋଇଥିବା ତାର ସହଯୋଗୀ ମଧୁକାନ୍ତ ରାଣାକୁ କଟକ ପୁଲିସ ଫେବ୍ରୁଆରୀ ୧୩ରେ ଉତ୍ତରପ୍ରଦେଶର ବୃନ୍ଦାବନରୁ ଗିରଫ କରିଥିଲା । ପରେ ତାକୁ ପୁଲିସ ୬ ଦିନିଆ ରିମାଣ୍ଡ୍‌ରେ ଆଣି ଜେରା କରିଥିଲା । ଏହି ସମୟରେ ମଧୁକାନ୍ତ ରାଜାର ପ୍ରେମ ଜୀବନ ସଂପର୍କରେ ସୂଚନା ଦେଇଥିଲା । ଏହାପରେ କଟକ ପୁଲିସ ତାର ଗତିବିଧି ଉପରେ ନଜର ରଖିଥିଲା । ଗତକାଲି ସେ ରିଷିକେଶରେ ଥିବା ସ୍ପଷ୍ଟ ହେବା ପରେ ପୁଲିସ ତାକୁ ଧରିଥିଲା । କମିସନରେଟ୍ ପୁଲିସର ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ରାଜା ସାହାଣୀ ଗଲା ଦେଢ଼ମାସ ହେବ ଏକ ପ୍ରକାର ଅଣ୍ଡରଗ୍ରାଉଣ୍ଡ୍ ହୋଇଯାଇଥିଲା । ବୃନ୍ଦାବନରୁ ମଧୁକାନ୍ତ ରାଣା ଗିରଫ ପରେ ରାଜା କିଛିଦିନ ପାଇଁ ନେପାଳ ପଳାଇଥିଲା । ମାତ୍ର ସେଠାରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାରୁ ବାଧ୍ୟ ହୋଇ ଭାରତ ଫେରିଥିଲା । ଏହି ସମୟରେ ରାଜାର କିଛି ସହଯୋଗୀ କର୍ଣ୍ଣାଟକର ମହୀଶୂର ସହରରେ ଏକ ସୁନା ଦୋକାନରେ ଡକାୟତି କରିବା ପାଇଁ ରାଜାକୁ ସାମିଲ କଲେ । ଉକ୍ତ ଡକାୟତିରେ ରାଜା ପ୍ରାୟ ୨୦ କୋଟି ଟଙ୍କାର ଗହଣା ଲୁଟ୍ କରିଥିଲା । ମାତ୍ର ଦିନ କେଇଟା ପରେ ରାଜାର ଏକାଧିକ ସହଯୋଗୀ ଗିରଫ ହେଲେ । ରାଜାକୁ ମହୀଶୂର ପୁଲିସ ଖୋଜାଖୋଜି କରିବା ପରେ ସେ ଚୌଦ୍ୱାର ଜେଲରୁ ଫେରାର ଥିବା ଜାଣିବାକୁ ପାଇଥିଲା । ରାଜା ସଂପର୍କରେ ଅଧିକ ଜାଣିବା ପାଇଁ ମହୀଶୂର ପୁଲିସ କଟକ ଆସି ମଧୁକାନ୍ତକୁ ପଚରାଉଚରା କରିଥିଲା । ଏହି ସମୟରେ କଟକ ପୁଲିସକୁ ରାଜା ବିଷୟରେ କିଛି ସୂଚନା ମିଳିବା ପରେ ଦୁଇ ସପ୍ତାହ ହେଲା ତିନିଟି ଟିମ୍ ଦିଲ୍ଲୀ, ପଞ୍ଜାବ ଓ ରାଜସ୍ଥାନରେ ଡେରା ପକାଇଥିଲେ ।

ଗତ ସପ୍ତାହରେ ଠୋସ୍ ସୂଚନା ମିଳିଲା କି ରାଜା ବିହାରର ବେଗୁସରାଇ ଜିଲ୍ଲାରେ ଥିବା ତାର ପ୍ରେମିକାକୁ ନେଇ ଉତ୍ତରାଖଣ୍ଡ ବୁଲିବାକୁ ଯାଇଛି । ପୁଲିସ ଟିମ୍ ରାଜା ପ୍ରେମିକାର ଫୋନ୍ ନମ୍ବର ଟ୍ରାକ୍ କରି ଗତ ମଙ୍ଗଳବାର ରିଷିକେଶ ଯାଇଥିଲା । ସେଠାରେ ଏକ ଦର୍ଶନୀୟ ସ୍ଥାନରେ ରାଜାକୁ କଟକ ପୁଲିସ ଟିମ୍ ଦେଖିଥିଲା । ଏହା ପରେ କଟକ ଡିସିପି ରିଷିକେଶ ପୁଲିସର ସହଯୋଗ ଲୋଡ଼ିଥିଲେ । ରିଷିକେଶ ପୁଲିସ ରାଜାକୁ ଘେରାବନ୍ଦୀ କରି ରଖିଲା । ବୁଧବାର ରାତିରେ ସେ ତାର ପ୍ରେମିକା ସହିତ ଏକ ହୋଟେଲରେ ଥିବା ବେଳେ ପୁଲିସ ଚଢ଼ଉ କରି ତାକୁ କାବୁ କରିଥିଲା । ତାକୁ ୪୮ ଘଣ୍ଟିଆ ଟ୍ରାନ୍‌ଜିଟ୍ ରିମାଣ୍ଡରେ ପୁଲିସ ଆଣିଛି । ଗୁରୁବାର ରାଜା ଭୁବନେଶ୍ୱରରେ ପହଞ୍ଚଥିଲା । ପରେ ତାକୁ କଟକ କୋର୍ଟରେ ହାଜର କରାଯିବା ପରେ ରିମାଣ୍ଡରେ ଅଣାଯିବ । ତେବେ ମହୀଶୂର, କଟକ ଓ ସମ୍ବଲପୁରର ପୁଲିସ ଟିମ୍ ରାଜାକୁ ଖୋଜାଖୋଜି କରୁଥିବା ବେଳେ କଟକ ପୁଲିସ ବାଜି ମାରିନେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking