ସମ୍ବଲପୁର: ସରକାରୀ ଜମି ଜବରଦଖଲ ଓ ଠିକା ବିବାଦରୁ ସଂଘବଦ୍ଧ ହତ୍ୟାକାଣ୍ଡ ଘଟଣାରେ ଆଜି ୭ ଦୋଷୀଙ୍କୁ ଜିଲ୍ଲା ଦୌରାଜଜ ଆଜିବନ କାରାଦଣ୍ଡ ଶୁଣାଇଛନ୍ତି । ଏହି ହତ୍ୟା ମାମଲାରେ ୭ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସମସ୍ତଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି । ୨୦୨୧ରେ କତରବଗା ଥାନା ପ୍ରଧାନପାଲି ହତ୍ୟା ମାମଲାରେ ଆଜୀବନ ସଜା ମିଳିଛି । ୨୩ ସାକ୍ଷୀଙ୍କ ବୟାନ ଆଧାରରେ ଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଦୌରାଜଜ । ଜଣେ ଅଭିଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି ।









