ଭୁବନେଶ୍ୱର: ବିଜୁ- ନବୀନ ଫାଉଣ୍ଡେସନକୁ ନେଇ ଶ୍ରୀମୟୀ ମିଶ୍ରଙ୍କ ନୂଆ ବିସ୍ଫୋରଣ । ସୋସିଆଲ ମିଡିଆରେ ପୋଷ୍ଟ କରି ଦସ୍ତାବିଜ ସହ ନୂଆ ତଥ୍ୟ ସାମ୍ନାକୁ ଆଣିଲେ ଶ୍ରୀମୟୀ । କହିଛନ୍ତି, ବିଜୁ- ନବୀନ ଇନ୍ସିପରେସନାଲ ଫାଉଣ୍ଡେସନରେ ନବୀନଙ୍କ ସହମତି । ନବୀନଙ୍କ ଦିଲ୍ଲୀ ଘର ଫାଉଣ୍ଡେସନ କାମରେ ବ୍ୟବହାରକୁ ନେଇ ସହମତି । ନବୀନ ନିଜେ ଏନେଇ ଦସ୍ତଖତ କରିଥିବା ଦସ୍ତାବିଜ ରହିଛି । ଓଡିଶା ବାହାରେ କାହିଁକି ଫାଉଣ୍ଡେସନ ସୃଷ୍ଟି କଲା । ଟ୍ରଷ୍ଟର ଆଜୀବନ ଅଧ୍ୟକ୍ଷ କାହିଁକି ପାଣ୍ଡିଆନ ତାହା ପ୍ରଶ୍ନ ଉଠାଇଲେ ଶ୍ରୀମୟୀ । ସମସ୍ତଙ୍କୁ ଅନ୍ଧାରରେ ରଖି ଗୁପ୍ତ ଭାବେ ଫାଉଣ୍ଡେସନର ଆବଶ୍ୟକତା କଣ । ପୂର୍ବରୁ ପ୍ରଭାତ ବିଶ୍ୱାଳ ବି ଏ ପ୍ରସଙ୍ଗରେ ଆଣିଥିଲେ ସମାନ ଅଭିଯୋଗ ।










