ମୟୁରଭଞ୍ଜ : ମୟୁରଭଞ୍ଜରେ କାଳ ବୈଶାଖୀର ତାଣ୍ଡବ । ଏକ ଘଣ୍ଟା କାଳ ଘଡ଼ଘଡ଼ି ସହ ବର୍ଷା ଓ ପବନ । କାଳ ବୈଶାଖୀର ତାଣ୍ଡବରେ ଅଂଚଳରେ ନାହିଁ ନଥିବା କ୍ଷତି ହୋଇଛି । ବଡ ବଡ଼ ଗଛ ଉପୁଡି ପଡିବ ସହ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିଛି । ଘୁର୍ଣ୍ଣିଝଡ଼ରେ ପ୍ରାୟ 60 ରୁ ଉର୍ଦ୍ଧ୍ଵ ଘର ଭାଙ୍ଗିଛି ଓ 10 ଜଣ ଆହତ ହୋଇଥିବା ଅଭିଯୋଗ ହୋଇଛି । ଆଜି ଅପରାହ୍ନ ରେ ମୟୂରଭଞ୍ଜ ଜିଲ୍ଲା ବାରିପଦା ସମେତ ବିଭିନ୍ନ ସ୍ଥାନରେ ଘୁର୍ଣ୍ଣିଝଡ଼ ସହ ବର୍ଷା ହୋଇଥିଲା । ଏଥିରେ ବ୍ୟାପକ କ୍ଷୟ କ୍ଷତି ହୋଇଥିବା ଜଣାପଡିଛି । ତେବେ ବନାଗ୍ନୀରୁ ଆଶ୍ୱସ୍ତି ମିଳିଛି । ଗତ କିଛି ଦିନ ଧରି ଶିମିଳିପାଳ ନିଆଁ ବନ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଥିଲା । ଆଜି ବର୍ଷା ପରେ ବନାଗ୍ନୀ ରୁ ମଧ୍ୟ ଆଶ୍ୱସ୍ତି ମିଳିଛି। ପାଗରେ ପରିବର୍ତ୍ତନ ହେବା ସହ ଗୁଳୁଗୁଳି ମଧ୍ୟ କମିଛି ।










