ତାମିଲନାଡୁ : ଚେନ୍ନାଇର ନଲ୍ଲୁର ଅଞ୍ଚଳରେ ସିଲିଣ୍ଡର ବିସ୍ଫୋରଣ । ସିଲିଣ୍ଡର ବିସ୍ଫୋରଣ ହେବାକୁ ଯୋଗୁଁ ୨ ଜଣ ପିଲାଙ୍କ ଜୀବନ ଚାଲିଯାଇଛି । ଘଟଣାରେ ଅନ୍ୟ ୭ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣ ଏତେ ଜୋରରେ ଥିଲା ଯେ, ୩ଟି ଘର ଆଶିଂକ ଭାବେ କ୍ଷତିଗ୍ରସ୍ତ ହୋଇଛି । ସ୍ଥାନୀୟ ଲୋକ ଶବ୍ଦ ଶୁଣି ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ମାମଲାର ଯାଞ୍ଚ ଚାଲିଛି । ଚେନ୍ନାଇ ନିକଟ ନଲ୍ଲୁର ଅଞ୍ଚଳରେ ଏକ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ୨ ଜଣ ଶିଶୁଙ୍କ ଜୀବନ ଚାଲିଯାଇଥିଲା । ଅନ୍ୟ ୭ ଜଣ ଘଟଣାରେ ଆହତ ହୋଇଛନ୍ତି । ଘଟଣା ସକାଳ ୭.୪୦ ମିନିଟରେ ହୋଇଛି । ନଲ୍ଲୁର ଅଞ୍ଚଳରେ ଚମୁଣ୍ଡେଶ୍ବର ନଗର ସ୍ଥିତ ୩ୟ ଗଳିରେ ହୋଇଛି । ବିସ୍ଫୋରଣରେ ଦେଢ ବର୍ଷର ପୁଅ ଏବଂ ୪ ବର୍ଷର ଝିଅର ଜୀବନ ଚାଲିଯାଇଛି । ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି । ପ୍ରାରମ୍ଭିକ ରିପୋର୍ଟ ବିସ୍ଫୋରଣ ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁଁ ହେହାଇଥିବା ଜଣାପଡିଛି । ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।









