27.1 C
Bhubaneswar
Sunday, March 15, 2026
Homeଓଡିଶାଦାଶୀରଥୀ ଗମାଙ୍ଗୋଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଦାଶୀରଥୀ ଗମାଙ୍ଗୋଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଭୁବନେଶ୍ୱର : ଦାଶୀରଥୀ ଗମାଙ୍ଗୋଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏହି ନୋଟିସ୍ ଜାରି କରିଛନ୍ତିି ପିସିସି ଶୃଙ୍ଖଳା କମିଟି। ଆଜି ୬ଟା ସୁଦ୍ଧା ଦଳୀୟ କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ୍‌ରେ ନିର୍ଦ୍ଦେଶ ଦିଆଯାଇଛି। ବ୍ୟକ୍ତିଗତ ଭାବେ ହାଜର ହୋଇ ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଧାରିତ ସମୟରେ ନ ପହଞ୍ଚିଲେ, ଉତ୍ତର ନଦେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦର୍ଶାଯାଇଛି। ଗତ ୮ ତାରିଖରୁ ଯୋଗଯୋଗ ହୋଇପାରୁନି ବୋଲି ନୋଟିସରେ ଉଲ୍ଲେ୍‌ଖ ଅଛି।

ଆସନ୍ତା ୧୬ ମାର୍ଚ୍ଚ ଅନୁଷ୍ଠିତ ହେଉଥ‌ିବା ଦ୍ଵିବାର୍ଷିକ ରାଜ୍ୟସଭା ନିର୍ବାଚନ ପାଇଁ ଦଳର ବିଧାୟକମାନଙ୍କୁ ୧୩ ତାରିଖରୁ ଭୁବନେଶ୍ବରରେ ରହିବା ନିମନ୍ତେ ହ୍ୱିପ୍‌ ଜାରି କରାଯାଇଥିଲା। ତେବେ ଗତ ୮ ମାର୍ଚ୍ଚ ୨୦୨୬ରୁ ଏ ଯାଏ ସପ୍ତାହେ କାଳ ଆପଣଙ୍କୁ ଯୋଗାଯୋଗ କରିବା ପାଇଁ ପିସିସି ସଭାପତି ଚେଷ୍ଟା କରୁଛନ୍ତି, ଅଥଚ ଆପଣ ମିଳୁନାହାନ୍ତି। ଏଆଇସିସି ଓଡ଼ିଶା ଇନ୍-ଚାର୍ଜ ଶ୍ରୀ ଅଜୟ କୁମାର ଲଚ୍ଛୁ ଓ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡ଼ାମ ମଧ୍ୟ ଆପଣଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାକୁ ବହୁବାର ଚେଷ୍ଟା କରି ବିଫଳ ହୋଇଛନ୍ତି। କେବଳ ସେତିକି ନୁହେଁ, ଆପଣଙ୍କ ଭୁବନେଶ୍ଵସ୍ଥିତ ବାସଭବନ ଓ ଆପଣଙ୍କ ଗ୍ରାମରେ ମଧ୍ୟ ଆପଣଙ୍କୁ ବହୁବାର ଖୋଜିବାକୁ ଚେଷ୍ଟା କରାଯାଇଥିଲା। ତେବେ ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଆପଣ ରହସ୍ୟମୟ ଭାବେ ଉଭାନ ହୋଇଯିବା ଦ୍ଵାରା ରାଜ୍ୟବାସୀଙ୍କ ନିକଟକୁ ଭୁଲ୍ ବାର୍ତ୍ତା ଯାଉଛି। ସ୍ବାଧୀନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ଵର ହୋତାଙ୍କୁ ମିଳିତ ଭାବେ କଂଗ୍ରେସ- ବିଜେଡି-ସିପିଆଇ(ଏମ୍) ଜିତାଇବାକୁ ଚେଷ୍ଟା କରୁଥିବା ବେଳେ ଆପଣଙ୍କ ଖୋଜ୍‌ବର ନ ଥ‌ିବା ନେଇ ଗଣମାଧ୍ୟମରେ ନିୟମିତ ଖବର ପ୍ରକାଶ ପାଇବା ଦ୍ଵାରା ରାଜ୍ୟବାସୀଙ୍କ ମନରେ ଅହେତୁକ ଦୃ ସୃଷ୍ଟି ହେଉଛି।

ଆପଣଙ୍କ ଇଚ୍ଛା ବିରୋଧରେ କେହି ଆପଣଙ୍କୁ ଅପହରଣ କରି ନେଇଥ‌ିବା ବିଷୟରେ ମଧ୍ୟ ଆପଣଙ୍କ କୌଣସି ନିକଟତମ ମହଲରୁ ସୂଚନା କିମ୍ବା ଅଭିଯୋଗ ନ ଥିବାରୁ ଆପଣ ସ୍ଵଇଚ୍ଛାରେ ଆତ୍ମଗୋପନ କରିଥିବା ସ୍ପଷ୍ଟ ହୋଇଛି। ଆପଣ ଯେ ନିଜକୁ ଦଳରୁ ଦୂରେଇନେବାକୁ ଚାହିଛନ୍ତି, ଆପଣଙ୍କ ଏତାଦୃଶ କାର୍ଯ୍ୟକଳାପରୁ ସୂଚନା ମିଳୁଛି। ଏଣୁକରି ଆଜି ୧୫ ମାର୍ଚ୍ଚ ୨୦୨୬ ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ଆପଣ ବ୍ୟକ୍ତିଗତ ଭାବେ ଦଳୀୟ କାର୍ଯ୍ୟାଳୟରେ ହାଜର ପୂର୍ବକ ଆପଣଙ୍କ ଏହି ବିଶୃଙ୍ଖଳିତ ଆଚରଣ ପାଇଁ ଆପଣଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ କରା ନ ଯିବ, ତା’ର ଉତ୍ତର ଦେବାକୁ ଆପଣଙ୍କୁ ନିର୍ଦ୍ଦେଶ ଦିଆଯାଉଛି। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଆପଣଙ୍କ ନ ଆସନ୍ତି କିମ୍ବା ଆପଣଙ୍କଠାରୁ ସନ୍ତୋଷଜନକ ଲିଖ୍ ଉତ୍ତର ନ ମିଳେ, ଆପଣଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ବାଧ୍ୟ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking