ଭୁବନେଶ୍ୱର: ଆମେ ଦୁଇ ଜିତିବୁ କହିଲେ ବିଜେଡି ରାଜ୍ୟସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର । ରାଜ୍ୟସଭା ନିର୍ବାଚନ ନେଇ ବିଜେପିକୁ ତେରେଚ୍ଛା ବାଣ ମାରିଲେ ସଂତୃପ୍ତ ମିଶ୍ର । ହୋଲି ଖେଳିଲେ ରଙ୍ଗ ବଦଳିଯାଏ, କିନ୍ତୁ ଗାଧେଇ ପଡିଲେ ଅସଲ ଚେହେରା ସାମ୍ନାକୁ ଆସେ । ଓଡିଶାବାସୀ ଅସଲ ଚେହେରାକୁ ଚିହ୍ନିଛନ୍ତି, ଆମେ ଆଶାବାଦୀ ଆମର ୨ ପ୍ରାର୍ଥୀ ଜିତିବେ । ସୂଚନା ଥାଉକି, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟସଭା ନିର୍ବାଚନ ନେଇ ବିଜେଡିରୁ ତୃତୀୟ ସିଟ ପାଇଁ ସଂତୃପ୍ତ ମିଶ୍ରଙ୍କ ନାଁ ଘୋଷଣା କରିଥିବା ବେଳେ ଚତୁର୍ଥ ସିଟ ପାଇଁ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଘଷଣା କରାଯାଇଛି ।










